ଓଡ଼ିଶାରେ ଆଉ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । ପରୀକ୍ଷା ହୋଇଛି ୩୭୦ ଜଣଙ୍କ ରକ୍ତ ନମୂନା, ପୂର୍ବ ୩ ପଜିଟିଭି ବ୍ୟତୀତ ଅନ୍ୟ ସବୁ ନେଗେଟିଭ୍ ।

5,724

କନକ ବ୍ୟୁରୋ : ଧିରେ ଧିରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତ ଦେଶ ତାଲିକାରେ ବର୍ତ୍ତମାନ ୪୧ତମ ସ୍ଥାନରେ ଅଛି ଭାରତ । ଆଉ ଏହାରି ଭିତରେ ଓଡିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଓଡିଶାରେ ଏବେ ବି ଅଛନ୍ତି ସେହି ୩ ଜଣ ପଜିଟିଭ୍ । କରୋନା ଭୂତାଣୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଆଉ ବଢିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ମୋଟ୍ ୩୭୦ ଜଣଙ୍କର ରକ୍ତ ନମୂନାର ରିପୋର୍ଟ ଆସିଛି । ପୂର୍ବ ୩ ପଜିଟିଭ୍ ବ୍ୟତୀତ ଅନ୍ୟ ସବୁ ନେଗେଟିଭ୍ ରିପୋର୍ଟ ଆସିଥିବା ନେଇ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ବର୍ତ୍ତମାନ ଓଡ଼ିଶାର ୭୬ ଜଣ ସନ୍ଦିଗ୍ଧ କ୍ୱାରେଣ୍ଟାଇନରେ ଅଛନ୍ତି । ସେହିପରି ଓଡ଼ିଶାରେ ମୋଟ୍ ୧୦ ହଜାର ୨୭୦ ଜଣ ପଞ୍ଜୀକରଣ କରିଛନ୍ତି ।