ଆୟୁଷ୍ମାନ ଯୋଜନାର ସତ ! ଘରେ ଦୁଇ ଚକିଆ ଯାନ ଥିଲେ ମୋଦି କେୟାରରୁ ପଡ଼ିବେ ବାଦ୍ ।

52

କନକ ବ୍ୟୁରୋ: ମୋଦି କେୟାର ବା ଆୟୁଷ୍ମାନ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେବାକୁ ହେଲେ ରହିଛି ସ୍ୱତନ୍ତ୍ର ନିୟମ । ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ସୂଚନା ମୁତାବକ ଆୟୁଷ୍ମାନ ଭାରତକୁ କାର୍ଯକାରୀ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏହାର ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ଯଦି ଆପଣଙ୍କ ପାଖରେ ଦୁଇ ଚକିଆ ଯାନ , ଫ୍ରିଜ୍ ଏବଂ ଯଦି ଆପଣଙ୍କ ପରିବାରର ମାସିକ ରୋଜଗାର ୧୦ ହଜାର ଟଙ୍କା କ୍ଷମତା ରହିଛି ତେବେ ମୋଦି କେୟାର ଯୋଜନାରେ ଆପଣ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି ।

modicareଯୋଜନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ, ୨୦୧୧ ଜନଗଣନା ଅନୁସାରେ ଦେଶରେ ପ୍ରାୟ ୧୦ କୋଟି ୭୪ ଲକ୍ଷ ପରିବାର ଅଭାବ ଅନଟନରେ ଅଛନ୍ତି । ସେମାନଙ୍କ ପାଇଁ ଏହି ଯୋଜନା ଫଳପ୍ରଦ ହେବ । ତେଣୁକରି ପଂଜୀକୃତ ପ୍ରତ୍ୟକ ପରିବାରଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବା ସହାୟତା ରାଶି ଯୋଗାଇଦେବେ ମୋଦି ସରକାର ।

ତେବେ ମୋଦି କେୟାରରେ ସାମିଲ ହେବାନେଇ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ବାବଦରେ ଏକ ତାଲିକା ପ୍ରକାଶ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ । ସେଥିରେ ଉଲ୍ଲେଖ ରହିଛି ଯେ, ବାଇକ୍, କାର୍, ଫ୍ରିଜ୍, ମାଛ ଧରା ଡଙ୍ଗା, କିମ୍ବା ଚାଷ ଉପକରଣ କୌଣସି ଯାନ ବାହାନ ଥିଲେ ସେମାନେ ଏହି ଯୋଜନାରୁ ବାଦ୍ ପଡ଼ିବେ । ତେବେ ଯୋଗ୍ୟହିତାଧିକାରୀ ଚୟନ କରିବା ପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ।