ପ୍ରାୟ ୧୦ ବର୍ଷ ହେଲା ବସିନାହିଁ ରାଜ୍ୟ ଯୋଜନା ବୋର୍ଡର କୌଣସି ବୈଠକ!

32

କନକ ବ୍ୟୁରୋ : ପ୍ରାୟ ୧୦ ବର୍ଷ ହେଲା ରାଜ୍ୟ ଯୋଜନା ବୋର୍ଡର କୌଣସି ବୈଠକ ବସିନାହିଁ । ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ ଏକଥା ସ୍ୱୀକାର କରିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ । ରାଜ୍ୟ ଯୋଜନା ପ୍ରଣୟନରେ ଯୋଜନା ବୋର୍ଡର ଭୂମିକା ପ୍ରାୟତଃ ନିଷ୍ପ୍ରଭ ହୋଇପଡ଼ିଥିବା ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଅଧ୍ୟକ୍ଷ ହୋଇଥିବା ବେଳେ ୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ଶେଷ ଥର ପାଇଁ ଯୋଜନା ବୋର୍ଡ ବୈଠକ ବସିଥିଲା । ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ବି ଅନେକ ସଭ୍ୟ ପଦ ଖାଲିପଡ଼ିଛି । ବୋର୍ଡରେ ଦୁଇ ଜଣ ଶିକ୍ଷାବିତ୍ ବା ଅର୍ଥନୀତିଜ୍ଞ, ୫ ଜଣ ସମାଜସେବୀ, ଜଣେ ଶିଳ୍ପପତି ଓ ଦୁଇ ଜଣ ବିଧାୟକ ସଭ୍ୟ ରହିବା କଥା । ମାତ୍ର ୨୦୧୫ରୁ ଏହି ସବୁ ପଦ ଖାଲିପଡ଼ିଥିବା ଜଣାପଡ଼ିଛି ।