ଖାପ ପଞ୍ଚାୟତ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିଷ୍ପତ୍ତି ! କୁପ୍ରଥାକୁ ଅବୈଧ ଘୋଷଣା କଲେ ସର୍ବୋଚ୍ଚ ନ୍ୟାୟାଳୟ

62

କନକ ବ୍ୟୁରୋ : ଖାପ ପଞ୍ଚାୟତ ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଖାପ ପଞ୍ଚାୟତକୁ ଅବୈଧ ଘୋଷଣା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହାସହ ଅନର କିଲିଂକୁ ବର୍ବର ତଥା ଲଜ୍ଜାଜନକ ମଧ୍ୟ କହିଛନ୍ତି । ଯଦି କୌଣସି ଯୁବକ-ଯୁବତୀ ବିବାହ କରିବା ପାଇଁ ଚାହାନ୍ତି , ତେବେ ତାଙ୍କୁ କେହି ବି ରୋକି ପାରିବେ ନାହିଁ । ଯଦି ସେମାନେ ବିବାହ କରିବା ପାଇଁ ଚାହାନ୍ତି ସମାଜ, କୌଣସି ବ୍ୟକ୍ତି ତାଙ୍କୁ ପ୍ରଶ୍ନ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଏନଜିଓ ଶସକ୍ତିକରଣ ସଂଗଠନ ଉପରେ ଶୁଣାଣି କରୁଛନ୍ତି । ଯେଉଁଠି ଅନର କିଲିଂ ପରି ମାମଲା ଉପରେ ରୋକ ଲଗାଇବା ପାଇଁ ଗାଇଡ଼ଲାଇନ୍ ତିଆରି କରିବା ପାଇଁ ଦାବି ହୋଇଛି ।

ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅଧ୍ୟକ୍ଷତାରେ ବେଂଚ ଏହି ନିଷ୍ପତ୍ତି ଉପରେ କେନ୍ଦ୍ର କିଛି ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି । ବେଂଚ ଅନୁସାରେ ଏପରି ମାଲା ସମ୍ପୂର୍ଣ୍ଣ ଅବୈଧ । ଏହାକୁ ତତ୍କାଳ ବନ୍ଦ କରିବା ଦରକାର । ବୃଥା ସ୍ୱାଭିମାନ ଦେଖାଇ ଅନେକ ନୀରିହ ଜୀବନ ଯାଇଛି । ପ୍ରକୃତକଥା ହେଲା ଏକ ବର୍ବର ହତ୍ୟା ଅଟେ । ଆଉ ଏପରି କୁପ୍ରଥାକୁ ରୋକିବା ପାଇଁ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧକାରୀ ଅଧିକ ସଚେତନ ହେବା ଜରୁରୀ । ଏହି ନିଷ୍ପତ୍ତିକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଗୃହ ସଚିବ ଓ ଅଡ଼୍ୟ ବଡ଼ ଅଧିକାରୀଙ୍କୁ ପଠାଇବା ଜରୁରୀ ।

ସୂଚନାଯୋଗ୍ୟ ୧୫୦୦ ବର୍ଷ ପୁରୁଣା ଅଟେ ଏହି ଖାପ ପଂଚାୟତ । ବିଶେଷତଃ ହରିୟାନଣାରେ ଏହି ପ୍ରଥା ଅଧିକ ସକ୍ରିୟ । ଖାପ ପଂଚାୟତ ଯୋଗୁଁ ଅନର କିଲିଂ, ନିଅାଁପଣି ବନ୍ଦ ଓ ଗାଁରୁ ବାସନ୍ଦ ଆଦି ଆଦେଶ ଦିଆଯାଏ । ଏପରି ଅମାନବୀୟ କାର୍ଯ୍ୟକୁ ବିରୋଧ କରି ସୁପ୍ରିକକୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି ।