ନିଖୋଜ ଭାରତୀୟ ଲଢୁଆ ଯୁଦ୍ଧ ବିମାନ ସୁଖୋଇ ୩୦ର ମିଳୁନି ପତ୍ତା ! ଖରାପ ପାଣିପାଗ ଯୋଗୁଁ ସର୍ଚ୍ଚ ଅପରେସନ ବାଧାପ୍ରାପ୍ତ

26

କନକ ବ୍ୟୁରୋ : ମଙ୍ଗଳବାରରୁ ନିଖୋଜ ଭାରତୀୟ ଲଢୁଆ ଯୁଦ୍ଧ ବିମାନ ସୁଖୋଇ ୩୦ର କୋଣସି ପତା ମିଳିନାହିଁ । ଖରାପ ପାଣିପାଗ ଯୋଗୁଁ ସର୍ଚ୍ଚ ଅପରେସନ ବାଧାପ୍ରାପ୍ତ ହୋଇଛି । ମଙ୍ଗଳବାର ନିୟମିତ ପ୍ରଶିକ୍ଷଣ ସମୟରେ ବିମାନଟି ନିଖୋଜ ହୋଇଥିଲା । ତେଜପୁରରୁ ୬୦ କିମି ଉଡାଣ ଭରିବା ପରେ ଚୀନ ଆକାଶରୁ ରାଡାର ସହ ସର୍ମ୍ପକ ତୁଟିଥିଲା ।

ବିମାନକୁ ଖୋଜିବା ପାଇଁ କାଲିଠୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ବି ଖରାପ ପାଣିପାଗ ଯୋଗୁଁ ସର୍ଚ୍ଚ ଅପରେସନ ରୋକାଯାଇଛି । ଅନ୍ୟପଟେ ଏହି ଲଢ଼ୁଆ ବିମାନର ନିଖୋଜ ନେଇ ଚୀନ ପାଖରେ କୋ÷ଣସି ଖବର ନାହିଁ । ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ବିମାନ ଅନୁସନ୍ଧାନ ଆଳରେ ସୀମାରେ ଅଶାନ୍ତି ସୃଷ୍ଟି ନକରିବାକୁ ଚେତାବନୀ ଦେଇଛି ଚୀନ୍ ।

ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲ୍ୟୁ କାଙ୍ଗ୍ ଏନେଇ ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି, ଚୀନ୍-ଭାରତର ସୀମାର ପୂର୍ବ ଭାଗରେ ଚୀନ୍ର ସ୍ଥିତି ସ୍ପଷ୍ଟ ରହିଆସୁଛି । ଏହାସହ ସୁଖୋଇ ୩୦ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ ପ୍ରକାଶ କରିଛନ୍ତି ।