ମୁଣ୍ଡରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

49

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଣ୍ଡରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । ଦୁର୍ଘଟଣା ରୋକିବା ପାଇଁ ଗତକାଲି ସଚିବାଳୟରେ ବସିଥିବା ସଡକ ସୁରକ୍ଷା ବୈଠକ ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ହେଲମେଟ ପିନ୍ଧିନଥିବା ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ପେଟ୍ରୋଲ । ଏନେଇ ପେଟ୍ରାଲ ପମ୍ପ ମାଲିକଙ୍କ ସହ ଆଲୋଚନା କରାଯିବା ପରେ ଆଜିଠାରୁ ଟୁଇନ ସିଟିରେ ଏହି ନିୟମ ଲାଗୁ କରାଯିବା ଦିଗରେ ତତ୍ପରତା ଦେଖାଦେଇଛି । କଟକର କେତେକ ପେଟ୍ରୋଲ ପମ୍ପରେ ଏହାକୁ କଡାକଡି ଭାବରେ ପାଳନ କରାଯାଇଛି । ସେହିଭଳି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ହେଲମେଟ୍ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ହେଲେ ଏନେଇ ପ୍ରଥମେ ଜନସଚେତନତା ଆବଶ୍ୟକତା ରହିଛି । ନଚେତ୍ ଏହି ନିୟମ ଲାଗୁ ହେଲେ ପେଟ୍ରୋଲ ପମ୍ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବରୁ ରାଉରକେଲା, ବରଗଡ ଭଳି ସହରରେ ଏହି ନିୟମ ଲାଗୁ କରାଯାଇଛି ।