ଯାତ୍ରୀଙ୍କ ସୁରକ୍ଷାରେ ଚରମ ଅବହେଳା ! ପୁରୀ ମାଳତିପଡାରେ ଗେଟ୍ ନପଡି ହଠାତ୍ ଚାଲିଆସିଲା ତପସ୍ୱିନୀ ଏକ୍ସପ୍ରେସ୍, ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ

298

କନକ ବ୍ୟୁରୋ : ଫାଟକ ଖୋଲା ରହିଛି ଆଉ ଅତିକ୍ରମ କରୁଛି ଟ୍ରେନ୍ । ଏପରି କିଛି ଘଟିଛି ପୁରୀ ମାଳତିପଡା ଖୋଲା ଫାଟକରେ । ଲୋକଙ୍କ ଜୀବନକୁ ଫୁ କରି ଦେଇ ଅତି ବେପରୁଆ ଭାବେ ରେଳ ଫାଟକଟିକୁ ଖୋଲା ଛାଡି ଦିଆଯାଇଛି । ଅଥଚ ଏହି ସମୟରେ ଅତିକ୍ରମ କରୁଛି ଦ୍ରୁତଗ୍ରାମୀ ଟ୍ରେନ ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ ଆସିବା ପୂର୍ବରୁ ରେଳ ଫାଟକରେ ଥିବା କର୍ମଚାରୀ ସଂକେତ ଦେବା କଥା  । ହେଲେ ଏସବୁ ନୀତି ନିୟମକୁ ଉଲଂଘନ କରି ଟ୍ରେନ ଯିବା ସମୟରେ ଗେଟ୍ କିଭଳି ଖୋଲା ଛାଡି ଦିଆଗଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଫାଟକ ନପଡି ଟ୍ରେନ ଚାଲିବା ଘଟଣାକୁ ଗୁରୁତର ସହ ନେଇଛି ପୂର୍ବତଟ ରେଳ ବାଇ  । ଏହି ଘଟଣାରେ ପୁରୀ ଡିଆରଏମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି ଇଷ୍ଟକୋଷ୍ଟ ରେଲୱେ ।

ସୂଚନା ଅନୁସାରେ ପୁରୀ ମାଳତିପଡାର ଜଗୁଆଳି ଥିଲେ କି ଜଗୁଆଳିବିହୀନ ଫାଟକ ପାଇଁ ଏପର ଘଟଣା ଘଟିଛି ତାହାର ପ୍ରଶ୍ନ ଉଠିଛି । ବିଭିନ୍ନ ସମୟରେ ଜଗୁଆଳିବିହୀନ ଫାଟକ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ଯାହାଦ୍ୱାରା ବ୍ୟାପକ ଜନଜୀବନ କ୍ଷୟକ୍ଷତି ହେଉଛି । ଗୋଟିଏ ପଟେ ପୂର୍ବତଟ ରେଳପଥ ସମସ୍ତ ଜଗୁଆଳିବିହୀନ ଫାଟକକୁ ଉଚ୍ଛେଦ କରିବା ପାଇଁ ଚେଷ୍ଟା ଜାରି ରଖି ଗତ ବର୍ଷ ବେଶ୍ କିଛି ଜଗୁଆଳି ବିହୀନ ଫାଟକକୁ ବନ୍ଦ କରିଥିଲା । ଯେଉଁ ସବୁ ସ୍ଥାନରେ ମାନବବିହୀନ ଲେବଲ କ୍ରସିଂ ଅଛି, ସେଠାରେ ରାସ୍ତା ପରିବର୍ତ୍ତନର ମାର୍ଗ ଜଗୁଆଳୀ ଓ ମାଟତଳ ବ୍ରିଜର କନ୍ଦୋବସ୍ତ କରାଯାଇଥିଲା । ହେଲେ ସବୁସ୍ଥାନରେ କିନ୍ତୁ ଏସବୁ ସୁବିଧା ହୋଇପାରନାହଁ ।