ସ୍କୁଲକୁ ମିଳୁ ସରକାରୀ ମାନ୍ୟତା, ଦାବି ନମାନିଲେ ଭୋଟ୍ ବର୍ଜନ ନିଷ୍ପତ୍ତି ନେଲେ ଢେଙ୍କାନାଳ ଲାଉଲଇ ପଂଚାୟତର ଭୋଟର

80

କନକ ବ୍ୟୁରୋ : ସ୍କୁଲକୁ ସରକାରୀ ମାନ୍ୟତା ନମିଳିଲେ ଭୋଟ୍ ବର୍ଜନ ନିଷ୍ପତ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ଲାଉଲଇ ପଂଚାୟତର ଭୋଟର । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୪୯ ବର୍ଷର ହାଇସ୍କୁଲ ସରକାରୀକରଣ କରାଯିବ । ପ୍ରଶାସନିକ ଅବହେଳା ଯୋଗୁଁ ଲାଉଲଇ ହାଇସ୍କୁଲକୁ ସରକାରୀ ମାନ୍ୟତା ନମିଳିବାରୁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି ପଂଚାୟତର ୩ ହଜାର ଭୋଟର ।

ଆମ ସ୍କୁଲର ଉନ୍ନତୀକରଣ କରାନଗଲେ ଆମେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ । ଏମିତି କିଛି ଚେତାବନୀ ଶୁଣାଇଛନ୍ତି ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଉଲଇ ପଂଚାୟତର ଭୋଟର । ୧୯୭୧ ମସିହାରେ ତିଆରେ ହୋଇଥିବା ଏହି ଉଚ୍ଚ ବିଦ୍ୟାଳୟର ଅବସ୍ଥା ଅତି ଦୟନୀୟ । ଭଙ୍ଗା ଦଦରା ଘରେ ପାଠପଢା ଚାଲିଥିବା ବେଳେ ନବମ-ଦଶମରେ ଦେଢଶହ ପିଲାଙ୍କୁ ପଢାଉଛନ୍ତି ମାତ୍ର ୨ ଦଶ ଶିକ୍ଷକ । ଶିକ୍ଷକ ଅଭାବରୁ ଠିକ୍ ସମୟରେ ପାଠ୍ୟକ୍ରମ ଶେଷ ହେଉନାହିଁ ।

ସ୍କୁଲକୁ ସରକାରୀ କରଣ କରିବା ପାଇଁ ଅଭିଭାବକମାନେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଗୁହାରି କରି ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ କୋର୍ଟ ବିଦ୍ୟାଳୟକୁ ସରକାରୀକରଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ସ୍କୁଲଟି ଆଜି ବି ସରକାରୀ ମାନ୍ୟତାରୁ ବଂଚିତ ହୋଇ ରହିଛି । ଆଉ ଏହି ବିଦ୍ୟାଳୟ ପ୍ରସଂଗକୁ ମୁଖ୍ୟ ଦାବି ରଖି ସାମୁହିକ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ୩ ହଜାର ଭୋଟର ।