ଜନସଂଖ୍ୟା ରୋକିବାକୁ ଆସାମ ସରକାରଙ୍କ କଡ଼ା ଆଭିମୁଖ୍ୟ ! ଦୁଇଟି ସନ୍ତାନରୁ ଅଧିକ ଥିଲେ ମିଳିବନି ସରକାରୀ ଚାକିରି

37

କନକ ବ୍ୟୁରୋ : ଆସାମରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜନସଂଖ୍ୟା ନିୟନ୍ତ୍ରଣ ନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିବ ନାହିଁ । ରାଜ୍ୟର ବିଜେପି ସରକାର ଏଭଳି ନୂତନ ଆଇନ ଆଣିବାକୁ ନିଷ୍ପତି ନେଇଛନ୍ତି । ଏହା ସହ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ଶିକ୍ଷାରେ ବାଳିକାମାନଙ୍କୁ ମାଗଣା ଶିକ୍ଷାଦାନ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ।

ଏହାଦ୍ୱାରା ବାଳିକାମାନେ ଅଧାରୁ ପାଠ ଛାଡିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରୀ ଯୋଜନାରୁ ଲାଭନେବା କ୍ଷେତ୍ରରେ ମଧ୍ୟ ଦୁଇ ସନ୍ତାନ ନୀତି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି ଆସାମ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତା ଜୁଲାଇ ମାସ ମଧ୍ୟରେ ଏହି ପ୍ରସ୍ତାବକୁ ଆଇନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।