ମହାନଦୀରେ ନାହିଁ ବନ୍ୟା ଆଶଙ୍କା !

25

କନକ ବ୍ୟୁରୋ : ସେପଟେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ଫଳରେ ରାୟଗଡା ଜିଲାର ନାଗାବଳୀ ଓ କଲ୍ୟାଣୀ ନଦୀରେ ଆସିଛି ଭୟଙ୍କର ବନ୍ୟା । ଦକ୍ଷିଣ ଓଡିଶାର ପ୍ରମୁଖ ନଦୀଗୁଡିକର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ସମଗ୍ର ରାଜ୍ୟରେ ଜାରି ରହିବ ବର୍ଷା । ଯାହା ଫଳରେ ଅନ୍ୟାନ୍ୟ ନଦୀରେ ମଧ୍ୟ ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।

କିନ୍ତୁ ରାଜ୍ୟର ମୁଖ୍ୟ ନଦୀ ମହାନଦୀ ଏବେ ସ୍ଥିର ରହିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଜଳସ୍ତର ଏବେ ୬୦୨ ଫୁଟରୁ ସାମାନ୍ୟ ଅଧିକା ରହିଛି । ଜଳ ଭଣ୍ଡାରକୁ ଯେତିକି ପାଣି ପ୍ରବେଶ କରୁଛି ସମାନ ପରିମାଣର ଜଳ ନିଷ୍କାସନ ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।