ଏମିତି ଏକ ଅଦ୍ଭୁତ ଗାଁ । ଯେଉଁଠି ପୁରୁଷ ପାଇଁ ‘ପ୍ରବେଶ ନିଷେଧ’  । 

34

ମହିଳାଙ୍କ ଉପରେ ହିଂସା ଓ ନିର୍ଯାତନା ନେଇ ପ୍ରତିଦିନ ଖବରକାଗଜ ଓ ଟିଭିରେ ଦେଖିବାକୁ ମିଳୁଛି । କେତେବେଳେ ଦୁଷ୍କର୍ମ ତ ଆଉ କେେତେବେଳେ ସଙ୍ଗୀନ ଅଭିଯୋଗ ସେମାନଙ୍କର ନାଁ ଆସିଥାଏ । କିନ୍ତୁ ଏଭଳି ଏକ ସ୍ଥାନ ଅଛି ଯେଉଁଠି ପୁରୁଷଙ୍କ ଚିହ୍ନ, ବର୍ଣ୍ଣ ନଥାଏ ।  ଏଭଳି କଥା କେହି କେବେବି ଚିନ୍ତା କରିନଥିବେ । କିନ୍ତୁ ପ୍ରକୃତରେ ପୃଥିବୀରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ପୁରୁଷମାନଙ୍କୁ  ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥାଏ ।

ସେହି ଅଦ୍ଭୁତ ଗାଁ ରହିଛି କେନିୟାରେ  । ତାର ନାଁ ହେଉଛି ଉମୋୟା । ଏଠାରେ ପୁରୁଷଙ୍କ ବିନା ୫୦ ମହିଳାଙ୍କ ସମତେ ୨୦୦ ଛୁଆ ରହୁଛନ୍ତି । ଏହି  ଗାଁକୁ  ପୁରୁଷମାନେ ଆସିପାରନ୍ତି ନାହିଁ । ୧୯୯୦ ମସିହାରେ  ଯୌନ ହିଂସାରୁ ବଂଚିବା ପାଇଁ ଗାଁର  ସ୍ଥାପନା କରାଯାଇଥିଲା । ବାଲ୍ୟବିବାହ, ଘରୋଇ ହିଂସା, ଯୌନ ସଂକ୍ରମଣରୁ  ରକ୍ଷା ପାଇଥିବା ମହିଳାମାନେ ଏହି ଗାଁରେ ରହିଥାନ୍ତି ।

ପୁରୁଷଙ୍କ ବିନା ମହିଳାମାନେ ଏଠାରେ ନୂଆ ସମାଜ ତିଆରି କରିଛନ୍ତି । ସେମାନେ ଏଠାରେ ଖୁସିରେ ରହୁଛନ୍ତି । ମାନବିକତା ଏଠାରେ ରହିଛି । ପଶୁ ଭଳି ଏଠାରେ ତାଙ୍କୁ ବ୍ୟବହାର କରାଯାଉନି । ବର୍ତମାନ ଏହି ଗାଁ  ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି । ଅନେକ ସମୟରେ ପୁରୁଷମାନେ ଆସିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ କାହାକୁ ଆସିବାକୁ ଦିଆଯାଇନଥାଏ ।

ତେବେ ଏହି ମହିଳାମାନଙ୍କ ସାହସକୁ ସାଲ୍ୟୁଟ କରିବା ଉଚିତ । ତାସହ ଆମେ କ’ଣ ଏବେ କହିପାରିବା ଯେ, ପୁରୁଷଙ୍କ ବିନା ମହିଳାଙ୍କର  ଚାରା ନାହିଁ ?