ଘରର ବିଦ୍ୟୁତ୍ ବିଲ୍ ବାକି ରଖିଛନ୍ତି କି ? ତୁରନ୍ତ ଭରି ଦିଅନ୍ତୁ , ନିଜ ପିଲାଙ୍କୁ ସ୍କୁଲରେ ଆଡ଼ମିଶନ ମିଳିନପାରେ !

97

ବିଜୁଳି ବିଲ୍ ଜମା କରୁଥିବା ଉପଭୋକ୍ତାଙ୍କ ବିରୋଧରେ ବିଭାଗ ଏକ କଠୋର ପଦକ୍ଷେପ ଉଠାଇଛନ୍ତି । ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କୁ ସରକାରକାରଙ୍କ ତରଫରୁ ମିଳିବାକୁ ଥିବା ଅନେକ ସୁବିଧା ଓ ସେବା ମିଳିବନାହିଁ । ବିଦ୍ୟୁତ୍ କଂପାନୀମାନେ ଏହି ସମ୍ବନ୍ଧରେ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ଏମିତି ଉପଭୋକ୍ତାଙ୍କ ପିଲାଙ୍କୁ ସ୍କୁଲରେ ନାମଲେଖାଇବାକୁ ଅସୁବିଧାର ସାମ୍ନା କରିବାକୁ ପଡିବ । ଲୋକମାନେ ଏହି ପ୍ରସ୍ତାବକୁ ନେଇ ଅସହମତି ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ବହୁ ସଂଖ୍ୟାରେ ଉପଭୋକ୍ତା ମାନେ କୋଟି କୋଟି ଟଙ୍କାର ବିଜୁଳି ବିଲ୍ ଜମା କରିନାହାନ୍ତି । ଏହାକୁ ଅସୁଲ କରିବା ପାଇଁ ଗତ ଦିନରେ ବିଦ୍ୟୁତ୍ ବିଭାଗ ସରଚାର୍ଜ କ୍ଷମା ସ୍କିମ୍ ନାମକ ଏକ ପ୍ରସ୍ତାବ ରଖିଥିଲା । , ବିଲ୍ ଭରିବା ପାଇଁ ଅତିରିକ୍ତ ଦିନ ଧାର୍ଯ୍ୟ କରିଥିଲା । କିନ୍ତୁ ବିଭାଗର ଏହି ଅଭିଯାନ କୌଣସି ପ୍ରଭାବ ପକାଇପାରିଲା ନାହିଁ । ବିଜୁଳି ଚୋରୀ ଉପରେ ଲଗାମ ଲଗେଇବା ପାଇଁ ବିଭାଗ ତରଫରୁ ଚଢାଉ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା ଏବଂ ଅନେକ ଘରେ ବିଜୁଳି ଚୋରିକୁ ଧରାହେଲା । ସରକାର ପୂର୍ବରୁ ମଧ୍ୟ ବିଜୁଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କୁ ପଂଚାୟତ ନିର୍ବାଚନ ଲଢିବାରେ ରୋକ୍ ଲଗାଇଛି । ଯେଉଁଥିରେ ନିର୍ବାଚନ ଲଢିବାରେ ଇଚ୍ଛୁକ ପ୍ରାର୍ଥୀ ବିଲ୍ ଭରିବା ଆରମ୍ଭ କରିଦେଇଛନ୍ତି ।

ଏବେ ଏହି ତରିକା ବାକି ଉପଭୋକ୍ତାଙ୍କ ଉପରେ ମଧ୍ୟ ଲାଗୁକରିବାକୁ ପ୍ରସ୍ତୁତି ଆରମ୍ଭ ହେଉଛି । ବିଦ୍ୟୁତ୍ କଂପାନୀଗୁଡିକ ତରଫରୁ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି କି ଯେଉଁ ଉପଭୋକ୍ତା ବିଲ୍ ବକେୟା ରଖିଥିବେ ସେମାନେ ଡିଏଲ୍ ମଧ୍ୟ ବାହାର କରିପାରିବେ ନାହିଁ । ପ୍ରସ୍ତାବ ଅନୁସାରେ ଯଦି କୌଣସି ଉପଭୋକ୍ତା ଗାଡି କିଣୁଛନ୍ତି ବା ଲାଇସେନ୍ସ ବାହାର କରୁଛନ୍ତି ତ ବିନା ବିଲ୍ ରେ ଏହି ସେବା ପାଇପାରିବେ ନାହିଁ । କୌଣସି ପ୍ରମାଣପତ୍ର କରିବା ବେଳେ ଏହା ଏକ ଜରୁରୀ ଜିନିଷ ଭାବେ ଧରାଯିବ । ବକେୟା ଉପଭୋକ୍ତାଙ୍କ ପାଇଁ କୌଣସି ସୁବିଧା ପାଇଁ କ୍ଲିୟରେନ୍ସ ସାର୍ଟିଫିକେଟ୍ ବା ବିଜୁଳି ବିଲ୍ ଦାଖଲର ରସିଦ୍ ଦେଖାଇବା ଜରୁରୀ ହେବ ।

ଏହି ସମ୍ବନ୍ଧରେ ଏବେ ଲିଖିତ ଆକାରରେ କୌଣସି ସୂଚନା ବାହାରିନାହିଁ । ସୂଚନା ଆସିବା ପରେ କାମ ଆରମ୍ଭ ହେବ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଦ୍ୟୁତ୍ ବକେୟା ଅର୍ଥ ଅସୁଲ କରିବା ସହଜ ହେବ । ଏବଂ ସରକାରଙ୍କର କ୍ଷତି କମ୍ ହେବ । ଏହି ପ୍ରସ୍ତାବ ଉପରେ ମୋହର ଲଗେଇବା ପୂର୍ବରୁ ସରକାର ବକେୟାଦାତାଙ୍କର କାଟେଗୋରୀ ତିଆରି କରିବା ଉଚିତ୍ । ପାଖରେ ଟଙ୍କା ଥିବା ଧନୀଲୋକଙ୍କ ସୁବିଧା ବନ୍ଦ କରିବା ଉଚିତ୍ ହେବ କିନ୍ତୁ ଗରୀବ ଶ୍ରେଣୀୟ ଉପଭୋକ୍ତାଙ୍କ ସୁବିଧା ଓ ସେବା ଗୁଡିକୁ ବନ୍ଦ କରିଦେବା ଉଚିତ ନୁହେଁ । ଏହା ଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ ।

(ସୌଜନ୍ୟ-ନବଭାରତ ଟାଇମ୍ସ)