ପ୍ରଭାବହୀନ ମୌସୁମି ! ତାତିରୁ ମିଳୁନି ତ୍ରାହି

36

କନକ ବ୍ୟୁରୋ : ପ୍ରଭାବନୀନ ହୋଇଛିି ମୌସୁମି । ତାତିରୁ ଲୋକଙ୍କୁ ତ୍ରାହି ମିଳୁନି । ଦିନତମାମ ଗରମ ଓ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛିି ଜୀବନ । ବର୍ଷାର ଦେଖା ନାହିଁ । ସ୍ଥିତି ଏମିତି ହୋଇଛି ଯେ ୩ଟି ସହରର ତାପମାତ୍ରା ୪୦ ଟପି ଯାଇଛି ।

ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଏସବୁ ସେତ୍ୱେ ଆଜି ବର୍ଷାର ଆଶା ଦେଖାଇଛି ପାଣିପାଗ ବିଭାଗ । ଏହାର ପୂର୍ବାନୁମାନ ଅନୁଯାୟୀ ଆଜି ଉପକୂଳ ଓଡ଼ିଶାର ବହୁସ୍ଥାନ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ।