ନଗଦବିହୀନ ଗାଁର କାହାଣୀ ! ଗୁଜୁରାଟର ଡିଜିଟାଲ୍ ଭିଲେଜ୍

23

ସଡ଼କରୁ ସଂସଦ, ଗାଁରୁ ସହର । ନୋଟ୍ ବନ୍ଦକୁ ନେଇ ସବୁଠି ହଙ୍ଗାମା । ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍ ରଦ୍ଦ ହେବା ପରେ ଉଣା ଅଧିକେ ସମସ୍ତେ ପ୍ରଭାବିତ ହୋଇଛନ୍ତି । କେଉଁଠି ଏଟିଏମରେ ଲମ୍ବା ଲାଇନ୍ ଲାଗୁଛି, ତ ଆଉ କେଉଁଠି ବାହାଘର ଅଟକି ରହୁଛି । କିନ୍ତୁ ଏସବୁ ଭିତରେ ଗୁଜୁରାଟରେ ଏମିତି ଗୋଟିଏ ଗାଁ ଅଛି ଯେଉଁଠି ଏହି ନୋଟ୍ ବନ୍ଦ’ର କୌଣସି ପ୍ରଭାବ ପଡ଼ିନି । ଦେଖିନ୍ତୁ ଦେଶର ପ୍ରଥମ କ୍ୟାସ୍ ଲେସ୍ ଅର୍ଥାତ୍ ନଗଦବିହୀନ ଗାଁର କାହାଣୀ ।

pic2ଗୁଜୁରାଟ୍ ଶାବରକାନ୍ଥା ଜିଲ୍ଲାର ଆକୋଦରା ଗାଁ । ଗାଁରେ ଗୋଟିଏ ଏଟିଏମ୍ । ହେଲେ ଲାଇନ ଲାଗୁନି । ସ୍ୱାଭାବିକ୍ ଚାଲିଛି ବ୍ୟାଙ୍କ୍ କାର୍ଯ୍ୟ । ଖୁଚୁରା ଦୋକାନୀଠୁ ଆରମ୍ଭ କରି ଚାଷୀ, ନୋଟ୍ ବନ୍ଦ ନେଇ କେହି ବିବ୍ରତ ନାହାଁନ୍ତି । କାହିଁକି ନା’ ଏହି ଗାଁରେ କେହି କ୍ୟାସ୍ ଅର୍ଥାତ୍ ନଗଦ ଟଙ୍କା ଉପରେ ନିର୍ଭରଶୀଳ ନୁହଁନ୍ତି । ଦେଶର ପ୍ରଥମ ଗାଁରେ ଭାବେ ୨୦୧୫ ମସିହାରେ ଏହି ଗାଁକୁ ମିଳିଛି ଡିଜିଟାଲ୍ ଭିଲେଜର ମାନ୍ୟତା ।

ଏହି ଗାଁର ପ୍ରତି ପରିବାର ପାଖରେ ଅତି କମରେ ଗୋଟିଏ ଲେଖାଏଁ ସ୍ମାର୍ଟ ଫୋନ୍ ରହିଛି । ଯାହା ସାହାଯ୍ୟରେ  ସମସ୍ତେ ମୋବାଇଲ ବ୍ୟାଙ୍କିଙ୍ଗରେ କାରବାର କରନ୍ତି । ଏମିତିକି ଦୈନନ୍ଦିକ କିଣାବିକା କରିବାରେ ଏମାନେ ସମସ୍ତେ ଅନ୍ଲାଇନ୍ ଟ୍ରାନଜାକ୍ସନର ସାହାଯ୍ୟ ନେଇଥାନ୍ତି ।

ଆକୋଦରା ଗାଁକୁ ଆଇସିଆଇସିଆଇ ବ୍ୟାଙ୍କ ପୌଷ୍ୟ ଗାଁ ଭାବେ ଗ୍ରହଣ କଲାପରେ ବଦଳି ଯାଇଛି ଗାଁର ଚିତ୍ର ।
କୁହାଯାଉଛି ଡିସେମ୍ବର ଶେଷ ସୁଦ୍ଧା ଗୋଆ ଦେଶର ପ୍ରଥମ ରାଜ୍ୟ ଭାବେ କ୍ୟାସ୍ଲେସ୍ ଷ୍ଟେଟ୍ ବା ନଗଦବିହୀନ ରାଜ୍ୟ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ସୁଦ୍ଧା କେରଳ କ୍ୟାସ୍ ଲେସ୍ ଷ୍ଟେଟ୍ ହେବାର ଲକ୍ଷ୍ୟ ରଖିଛନ୍ତି । ତେବେ ଏହାରି ଭିତରେ ଗୁଜୁରାଟର ଏହି ଆକୋଦରା ଗାଁ ଏବେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ।