ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା: ଲୋକସଂଖ୍ୟା ତୁଳନାରେ ଓଡିଶାରେ ନାହାଁନ୍ତି ଆବଶ୍ୟକ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ

ଜାତୀୟ ହାର ତୁଳନାରେ ପଛରେ ପଡିଛି ଓଡିଶା

123

କନକ ବ୍ୟୁରୋ: ଲୋକସଂଖ୍ୟା ଅନୁସାରେ ଓଡ଼ିଶାରେ ନାହାନ୍ତି ଆବଶ୍ୟକ ଡାକ୍ତର ଓ ଅନ୍ୟାନ୍ୟା ପାରା-ମେଡିକାଲ ଷ୍ଟାଫ୍ । ଜାତୀୟ ହାର ତୁଳନାରେ ପଛରେ ପଡ଼ିଛି ଓଡ଼ିଶା । ପଡୋଶୀ ପଶ୍ଚିମବଙ୍ଗ ଓ ଛତିଶଗଡ଼ ବହୁ ଆଗରେ ରହିଛନ୍ତି । ପ୍ରତି ହସ୍ପିଟାଲରେ ଲାଗୁଛି ରୋଗୀଙ୍କ ଲମ୍ବା ଲାଇନ୍ ଲାଗୁଛି, ହେଲେ ଉନ୍ନତମାନର ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି ରାଜ୍ୟବାସୀ ।

ବିଶ୍ୱସ୍ଥାସ୍ଥ୍ୟ ସଂଗଠନ କହୁଛି- ପ୍ରତି ୧୦ ହଜାର ଲୋକରେ ଅତିକମରେ ୧୦ ଜଣ ଡାକ୍ତର ରହିବା କଥା । ସେହିଭଳି ଭାବେ ଡାକ୍ତରଙ୍କୁ ମିଶାଇ ଅନ୍ତତଃ ୨୨.୮ ଜଣ ପାରା-ମେଡିକାଲ୍ ଷ୍ଟାଫ୍ ରହିବା କଥା । ମାତ୍ର ଓଡ଼ିଶାରେ ପ୍ରତି ୧୦ ହଜାର ଲୋକରେ ଅଛନ୍ତି ମାତ୍ର ୭.୪ ଜଣ ଡାକ୍ତର । ଡାକ୍ତରଙ୍କୁ ମିଶାଇ ମୋଟ ୨୨.୮ ସ୍ୱାସ୍ଥ୍ୟ କର୍ମୀ ରହିବା ଜାଗାରେ ଅଛନ୍ତି ୧୯.୯ କର୍ମଚାରୀ ।

ତେବେ ଯଦି ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଦେଖିବା, ତେବେ ଓଡ଼ିଶା ସ୍ଥିତି ସେମାନଙ୍କଠାରୁ ବି ତଳେ ରହିଛି । ଛତିଶଗଡ଼ରେ ୧୦ ହଜାର ଲୋକରେ ୧୮.୩ ଡାକ୍ତର ଥିବା ବେଳେ ପଶ୍ଚିମବଙ୍ଗରେ ଅଛନ୍ତି ୧୬.୯ ଡାକ୍ତର । ସେହିଭଳି ଛତିଶଗଡ଼ରେ ୧୦ ହଜାର ଲୋକଙ୍କ ପାଇଁ ଡାକ୍ତରଙ୍କୁ ମିଶାଇ ୩୨.୪ କର୍ମଚାରୀ ଥିବା ବେଳେ ପଶ୍ଚିମବଙ୍ଗରେ ଅଛନ୍ତି ୩୬.୧ ଜଣ କର୍ମଚାରୀ । ଜାତୀୟ ହାର ଦେଖିଲେ, ଦେଶରେ ୧୦ ହଜାର ଲୋକରେ ୧୧.୩ ଡାକ୍ତର ଥିବା ବେଳେ ୨୯.୧ ମେଡିକାଲ୍ କର୍ମଚାରୀ ଅଛନ୍ତି । ହେଲେ ଓଡ଼ିଶା ଜାତୀୟ ହାରଠାରୁ ମଧ୍ୟ ପଛରେ ରହିଛି ।

ଏବେ ପ୍ରଶ୍ନ ଉଠୁଛି, ଏତେ ଯୋଜନା ପରେ ବି ଓଡ଼ିଶା କାହିଁକି ସ୍ୱାସ୍ଥ୍ୟ ସେବାରେ ଜାତୀୟ ସ୍ତରଠାରୁ ପଛରେ ପଡିଛି ।