କନକ ନ୍ୟୁଜର ପ୍ରଭାବ ! ଏଣିକି ଗୋଟିଏ ମେଡିକାଲ୍ କଲେଜରେ ଆସ୍ଥାନ ଜମାଇ ରହିପାରିବେନି ଡାକ୍ତର

1

କନକ ବ୍ୟୁରୋ : ଏଣିକି ଗୋଟିଏ ମେଡିକାଲ କଲେଜରେ ଆସ୍ଥାନ ଜମାଇ ରହିପାରିବେନି ଡାକ୍ତର । ୩ବର୍ଷ ରୁ ଅଧିକ ଦିନ ରହିଲେ ଡାକ୍ତରଙ୍କୁ ବଦଳି କରାଯିବ । ସରକାରୀ ମେଡିକାଲ କଲେଜ ପାଇଁ ଏନେଇ ଜାରି କରାଯାଇଛି ଟ୍ରାନ୍ସଫର ପଲିସି । ୩ବର୍ଷରୁ ଅଧିକ ଦିନ ଗୋଟିଏ ମେଡିକାଲ କଲେଜରେ ଡାକ୍ତର ରହିଲେ ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜକୁ ବଦଳି ବାଧ୍ୟତାମୂଳକ କରାଯିବ ।

ସେହିପରି କେବିକେ ଅଂଚଳରେ କାମ କରୁଥିବା ଡାକ୍ତରମାନେ ଯଦି ୩ ବର୍ଷରୁ ଅଧିକ ଦିନ ସେହି ଯାଗାରେ ରହିବାକୁ ଇଚ୍ଛା କରନ୍ତି ସେମାନଙ୍କୁ ସେଠାରେ ଥଇଥାନ ପାଇଁ ଟ୍ରାନ୍ସଫର ପଲିସିରେ ଉଲ୍ଲେଖ ରହିଛି ।ସେମାନଙ୍କୁ ପ୍ରତିବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ ପଡିବ ବୋଲି କୁହାଯାଇଛି । ସମସ୍ତ ବଦଳି କାଉନ୍ସେଲିଂ ମାଧ୍ୟମରେ କରିବାକୁ ବ୍ୟବସ୍ଥା ରହିଛି । ପିଲାଙ୍କ ସ୍ୱାସ୍ଥ୍ୟଗତ କରାଣ ବା କେତେକ ନିର୍ଦ୍ଦିଷ୍ଟ କାରଣରୁ ବଦଳି ପାଇଁ ସାମୟିକ ରିହାତି ମିଳିବାର ବ୍ୟବସ୍ଥା ଏହି ପଲିସିରେ ରହିଛି ।

୧୦ ବର୍ଷରୁ ଅଧିକ ସମୟ ଧରି କିଭଳି କଟକ ବଡ ମେଡିକାଲରେ ଅନେକ ଡାକ୍ତର ରହିଆସିଛନ୍ତି ସେନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ଡାକ୍ତରମାନେ ରହିବା ଫଳରେ ପଛୁଆ ଅଂଚଳରେ କାମ କରୁଥିବା ଡାକ୍ତରମାନେ ସହରକୁ ଆସିପାରୁନାହାନ୍ତି ।

Comments are closed.