ବିକାଶ ନାହିଁ ତ ଭୋଟ ନାହିଁ: ସାଧାରଣ ନିର୍ବାଚନ ଭୋଟ ବର୍ଜନ ନିଷ୍ପତି ନେଲା ବିକାଶ ଦେଖିନଥିବା କେନ୍ଦୁଝରର କୋଡାକଳା ଗାଁ

104

କନକ ବ୍ୟୁରୋ : ଦେଶ ସ୍ୱାଧିନ ହେବାର ୭୨ବର୍ଷ ପୁରି ସାରିଲାଣି । ହେଲେ ଦେଶରେ ଏପରି ଅଂଚଳ ଅଛି ଯେଉଁ ଅଂଚଳବାସୀ ଆଜି ପର୍ଯ୍ୟନ୍ତ ସ୍ୱାଧିନତାର ସ୍ୱାଦ ଅନୁଭବ କରିପାରି ନାହାଁନ୍ତି । ଏପରି ଏକ ଅଂଚଳ ହେଲା କେନ୍ଦୁଝର ବାଂଶପାଳ ବ୍ଲକ କୋଡାକଳା ଗାଁ । ଗ୍ରାମବାସୀ ବିକାଶ କଣ ଜାଣି ନଥିବା ବେଳେ ସମସ୍ତ ମୌଳିକ ସୁବିଧାରୁ ବଂଚିତ । ତେଣୁ ଆଗାମୀ ସାଧାରଣ ନିର୍ବାଚନ ଆଗରୁ ନିଜ ଅଂଚଳର ବିକାଶ ନହେଲେ ଭୋଟ ଦେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ଅଂଚଳବାସୀ ।

୫ଶହରୁ ଅଧିକ ଲୋକଙ୍କୁ ନେଇ କେନ୍ଦୁଝର ବାଂଶପାଳ ବ୍ଲକର କୋଡାକଳା ଗାଁ । ବଣପାହାଡ ଘେରା ଏହି ଦୂର୍ଗମ ଅଂଚଳରେ ବସବାସ କରୁଥିବା ମଣିଷ ବିକାଶ କଣ ଜାଣିନାହାନ୍ତି । ଗମନାଗମନ ପାଇଁ ନା ଅଛି ରାସ୍ତା ନାଁ ପାନୀୟଜଳ ବା ଶିକ୍ଷା ଭଳି ମୌଳିକ ସୁବିଧା । ବିଜୁଳି ଆଲୁଅ ଓ ସ୍ୱାସ୍ଥ୍ୟ ସେବା ତ ଏମାନଙ୍କ ପାଇଁ ସାତ ସପନ । ଭୋଟ ଦେବାଠୁ ଆରମ୍ଭ କରି ପିଡିଏ ଚାଉଳ ପାଇଁ ଏମାନଙ୍କୁ ୧୦ କିଲୋମିଟର ପାହାଡ ଚଢିବାକୁ ପଡୁଥିବା ଅଭିଯୋଗ ହୋଇଛି । ଗାଁର ସମସ୍ୟାକୁ ନେଇ ପ୍ରଶାସନିକ ଅଧିକାରୀ କି ରାଜନେତାଙ୍କୁ ଜଣାଇଲେ ବି କିଛି ଲାଭ ମିଳୁନଥିବାରୁ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।

କୋଡାକଳା ଗାଁରେ ଆଜି ଯାଏଁ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ପାଦ ପଡି ନାହିଁ । ତେଣୁ ଆଗାମୀ ନିର୍ବାଚନରେ ୧୦ କିଲୋମିଟର ଚଢି ମତଦାନ କେନ୍ଦ୍ରକୁ ଯିବେ ନାହିଁ ବୋଲି ଗ୍ରାମବାସୀ ପଣ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଛନ୍ତି । ସେପଟେ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ ପରେ ଚେତିଛି ପ୍ରଶାସନ । ଖୁବ୍ଶିଘ୍ର ଗାଁକୁ ପ୍ରଶାସନିକ ଅଧିକାରୀ ଯାଇ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ସ୍ୱାଧିନତାର ୭୨ ବର୍ଷ ଧରି ଅବହେଳିତ ହୋଇ ରହିଥିବା କେନ୍ଦୁଝର ବାଂଶପାଳ ବ୍ଲକ କୋଡାକଳା ଗାଁରେ କେବେ ପହଂଚିବ ବିକାଶ ତାହା ଆଗାମୀ ସମୟରେ ସ୍ପ