ଆଗେ ଜରିମାନା ପରେ ଶୁଦ୍ଧିକ୍ରିୟା : ଦ୍ୱାଦଶାହ ପାଳିଲେନି ଗୁମୁଡୁମାହା ଗ୍ରାମବାସୀ

46

କନ୍ଧମାଳ : ଗୁମୁଡ଼ୁମାହା ଗୁଳିକାଣ୍ଡକୁ ପୂରିଲା ୧୨ ଦିନ । ଆଜି ଦ୍ୱାଦଶାହ । ହେଲେ ଚାରିଆଡେ ଭୟର ବାତାବରଣ । ଗାଁରେ ସଶସ୍ତ୍ର ବାହିନୀର କଡ଼ା ପଇଁତରା । ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହୋଇଥିବାରୁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ,ଗୁମସୁୂମ ହୋଇ ରହିଛି ପୂରା ପରିବେଶ । ସବୁଠୁ ଦୁଃଖଦାୟକ ଘଟଣା ହେଉଛି ପୁଲିସ ଗୁଳିରେ ଟଳିପଡ଼ିଥିବା ଲୋକଙ୍କ ପାଇଁ ଗ୍ରାମବାସୀମାନେ ଶୁଦ୍ଧିକ୍ରିୟା ପାଳନ କରିନାହାନ୍ତି । କୁଇ ଆଦିବାସୀ ପରମ୍ପରା ଅନୁସାରେ ହେଉଥିବା ଶୁଦ୍ଧିକାର୍ଯ୍ୟ ବା ମାଣା ପାଳନ କରାଯାଉନାହିଁ । ପରମ୍ପରା ଅନୁସାରେ କୋ÷ଣସି ହତ୍ୟା ଘଟଣାରେ ହତ୍ୟାକାରୀ ଏହି ଶୁଦ୍ଧିକ୍ରିୟା ଖର୍ଚ୍ଚ ବହନ କରିବା କଥା । ଯେପର୍ଯ୍ୟନ୍ତ ହତ୍ୟାକାରୀ ଜରିମାନା ଦେଇନାହାଁନ୍ତି, ପରମ୍ପରା ଅନୁଯାୟୀ ସେପର୍ଯ୍ୟନ୍ତ ଏହି ଶୁଦ୍ଧି କ୍ରିୟା ହୋଇ ପାରିବନି ବୋଲି କୁଇ ସମନ୍ୱୟ ସମିତି ସଂପାଦକ ଲମ୍ବୋଦର କହଁର କହିଛନ୍ତି । ବିଧି ଅନୁସାରେ ମାଣା ଖର୍ଚ୍ଚ ପ୍ରଶାସନ ପ୍ରଦାନ କଲେ ଶୁଦ୍ଧି କାର୍ଯ୍ୟହେବ ବୋଲି କହିଛନ୍ତି ଲମ୍ବୋଦର ।