ବିନା କୌଣସି ‘କଟ’ରେ ରିଲିଜ୍ ହେବ ପଦ୍ମାବତୀ ! ସିନେମାରେ ହୋଇପାରେ ୫ ପରିବର୍ତ୍ତନ

38

ଥମୁନି ପଦ୍ମାବତୀ ବିବାଦ । କେତେବେତେ ଗୀତକୁ ନେଇ ତ କେତେବେଳେ ଐତିହାସିକ ସଂପୃକ୍ତିକୁ ନେଇ ଆଉ କେତେବେଳେ ନାମକୁ ନେଇ । ତେବେ ସଦ୍ୟ ସୂଚନା ଅନୁସାରେ ସିନେମାରରେ ନାଁକୁ ପରିବର୍ତ୍ତନ କରି ପଦ୍ମାବତ କରାଯାଇଛି । ତେବେ ଏହା କେତେ ଦୂର ସତ ତାହା ସମୟ ଆସିଲେ ଜଣାପଡ଼ଇବ । ତେବେ ବର୍ତ୍ତମାନ ସମୟରେ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ପଦ୍ମାବତୀ ରିଲିଜ ହେବାର ରାସ୍ତା ଧୀରେ ଧୀରେ ପରିସ୍ମାର ହେଉଛି । କାରଣ ସେନସର ବୋର୍ଡ଼ର ଏକ କମିଟି ସିନେମାକୁ ଦେଖିବା ପରେ ନିଷ୍ପତ୍ତି ନେଇଛନ୍ତି, ସିନେମାରେ କିଛି ଜରୁରୀ ପରିବର୍ତ୍ତନ କରିବେ । ଏବେ ପର୍ଯ୍ୟନ୍ତ ସେନସର ବୋର୍ଡ଼ ସିନେମା ପାଇଁ କୌଣସି କଟ୍ ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି । ଏହି ସିନେମାରେ ହେବ କେବଳ ୫ଟି ପରିବର୍ତ୍ତନ । ସୂଚନାଯୋଗ୍ୟ ଏହା ପୂର୍ବରୁ ଖବର ଆସିଥିଲା ସେନସର ବୋର୍ଡ଼ ସିନେମାରୁ ୨୬ଟି କଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସେନସର ବୋର୍ଡ଼ ଅଧ୍ୟକ୍ଷ ପ୍ରଶୁୁନ ଯୋଶୀଙ୍କ ବୟାନ ପରେ ସ୍ପଷ୍ଟ ହେଉଛି ସିନେମା ବିନା କଟରେ ହିଁ ପାସ୍ ହୋଇଛି । ତେବେ ସୂଚନା ଅନୁସାରେ ସିନେମାରେ ୫ଟି ଜରୁରୀ ପରିବର୍ତ୍ତନ କରାଯିବ । ପ୍ରଥମ ହେଲା ସିନେମାର ନାମକୁ ନେଇ । ଆଉ ସିନେମାର ଡିକ୍ଲାରେସନରେ ଲେଖିବା ପାଇଁ ପାଇଁ ପଡ଼ିବ, ଏହି ସିନେମା କୌଣସି ଐତିହାସିକ ସଂପୃ୍ତିକୁ ଦାବି କରିବ ନାହିଁ । ଏହା ବ୍ୟତୀତ ଘୁମର ଗୀତରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଆଉ କିଛି ଏପରି ପରିବର୍ତ୍ତନ ହୋଇପାରେ । ତେବେ ଆଜିଯାଏ ପଦ୍ମାବତୀ ସିନେମାର ରିଲିଜ ତାରିଖ ଘୋଷଣା ହୋଇନାହିଁ ।