ଭାରତର ପ୍ରଥମ ‘No Caste, No Religion’ ସାର୍ଟିଫିକେଟ୍ ପ୍ରାପ୍ତ କରିଥିବା ମହିଳା ହେଲେ ସ୍ନେହା ! କୌଣସି ଜାତି କିମ୍ବା ଧର୍ମକୁ ନେଇ ନୁହଁ ବରଂ ଭାରତୀୟ ରୁପେ ପରିଚିତ ହେବେ ଏହି ମହିଳା ।
ବିଶ୍ୱରେ ପ୍ରତ୍ୟେକଟି ବ୍ୟକ୍ତି ନିଜ ଜାତି ଏବଂ ଧର୍ମକୁ ନେଇ ପରିଚିତ ହୋଇଥାନ୍ତି । କିନ୍ତୁ ଭାରତରେ ରହୁଥିବା ଜଣେ ମହିଳା ପ୍ରଥମଥର ପାଇଁ ‘ ବିନା ଜାତି , ବିନା ଧର୍ମ ’ର ଏକ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛନ୍ତି । ପେସାରୁ ଓକିଲ ଥିବା ସ୍ନେହା ନାମକ ଏହି ଭାରତୀୟ ମହିଳା ନିଜ ପାଇଁ ‘No Caste, No Religion’ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ୯ ବର୍ଷ ଅପେକ୍ଷା କରିବାକୁ ପଡିଛି । ନିକଟରେ ସ୍ନେହାଙ୍କୁ ତାଙ୍କ ‘No Caste, No Religion’ ର ସାର୍ଟିଫିକେଟ୍ ପ୍ରାପ୍ତ ହୋଇଛି । ସେ ତାମିଲନାଡୁ ,ବିଲ୍ଲୋରର ତିଋପତୁରରେ ବହୁବର୍ଷ ହେଲା ରହିଆସୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ସ୍ନେହା ନୁହଁ ତାଙ୍କ ପିତାମାତା ମଧ୍ୟ ପିଲାବେଳୁ ହିଁ ସାର୍ଟିଫିକେଟରେ ଜାତି ଏବଂ ଧର୍ମର କଲମ୍ କୁ ଖାଲି ରଖିଥାନ୍ତି । ତାଙ୍କ ମତରେ ସାମାଜିକ ପରିବର୍ତ୍ତନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ତାଙ୍କୁ ମଧ୍ୟ ବିନା ଜାତିି ଏବଂ ବିନା ଧର୍ମର ଏକ ସାର୍ଟିଫିକେଟ୍ ର ଆବଶ୍ୟକତା ଥିଲା । ସେ ନିଜ ଜନ୍ମ ପ୍ରମାଣପତ୍ର ଏବଂ ଶିକ୍ଷା ପ୍ରମାଣପତ୍ରରେ ମଧ୍ୟ ଏହି କଲମ୍ କୁ ଖାଲି ରଖିଥିବା ଉଲ୍ଲେଖ କରିଛନ୍ତି । ଏଠାରେ ତାଙ୍କୁ କେବଳ ଭାରତୀୟର ହିଁ ମାନ୍ୟତା ମିଳିଛି । ତାଙ୍କ କହିବା ଅନୁସାରେ ଯଦି ଜାତି ଧର୍ମକୁ ମାନୁଥିବା ଲୋକଙ୍କ ସାର୍ଟିଫିକେଟ୍ ରହିପାରୁଛି ତେବେ ଆମର କାହିଁକି ରହିବ ନାହିଁ ।