ବିକାଶ ଠାରୁ ବହୁତ ଦୂରରେ ବୋଲଗଡ ବ୍ଲକର ସାଗରଗାଁ ଗ୍ରାମ ପଂଚାୟତ : ମୌଳିକ ସୁବିଧାରୁ ଲୋକେ ହେଉଛନ୍ତି ବଂଚିତ

32

କନକ ବ୍ୟୁରୋ : ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଅନେକ ସ୍ଥାନରେ ବିକାଶ ପହଂଚିପାରିନି । କେଉଁଠି ମୌଳିକ ସୁବିଧାରୁ ଲୋକେ ବଂଚିତ ହେଉଛନ୍ତି ତ ଆଉ କେଉଁଠି ପାନୀୟ ଜଳ ଲୋକଙ୍କ ରୋଗର କାରଣ ସାଜିଛି । ଏପରି କିଛି ହେଉଛି ବୋଲଗଡ ବ୍ଲକରେ ।

ବୋଲଗଡ ବ୍ଲକର ସାଗରଗାଁ ଗ୍ରାମ ପଂଚାୟତ । ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ପଂଚାୟତରେ ରୁହନ୍ତି ପାଖାପାଖି ୮ହଜାର ୭୮୧ ଜଣ ଭୋଟର । ହେଲେ ଏଠାରେ ମୁଖ୍ୟ ସମସ୍ୟା ରହିଛି ପାନୀୟ ଜଳ ସମସ୍ୟା । ଏମାନଙ୍କ ପାଇଁ ନାଁ ପାନୀୟ ଜଳର ସୁବିଧା ଅଛି ନା ଗାଁକୁ ଭଲ ପକ୍କା ରାସ୍ତା ଅଛି ।

ଗାଡିଆ ପୋଖରୀ ପାଣି ଓ ଫ୍ଲୋରାଇଡ ଯୁକ୍ତ ପାଣି ପିଇ ବିଭିନ୍ନ ମାରତ୍ମକ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ମିଳେ, ହେଲେ ନିର୍ବାଚନ ସରିଗଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଏ ।

୨୨ଟି ୱାର୍ଡକୁ ନେଇ ଗଠିତ ଏହି ଗ୍ରାମପଂଚାୟତରେ ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୬ଜଣ ସରପଂଚ ପ୍ରାର୍ଥୀ ଓ ୬ଜଣ ସମିତି ସଭ୍ୟ ପ୍ରାର୍ଥୀ । ତେବେ ଏଥର ନିର୍ବାଚନର ମୁଖ୍ୟ ମୁଦ୍ଦା ରହିଛି ଗାଁରେ ଦୁର୍ନୀତି ହଟିବ । ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଗାଁକୁ ପକ୍କା ରାସ୍ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନିର୍ବାଚନ ଲଢୁଥିବା ପ୍ରାର୍ଥୀ ।

ଦେଖନ୍ତୁ ଏହି ଭିଡିଓ :