ନିୟମଗିରିରେ ଡଙ୍ଗରିଆ କନ୍ଧଙ୍କ ବିଶାଳ ସମାବେଶ

80

vlcsnap-2016-06-05-13h31m34s052ଲାଂଜିଗଡ : ବିଶ୍ୱ ପରିବେଶ ଦିବସ ଅବସରରେ ଲାଂଜିଗଡରେ ନିୟମଗିରି ସୁରକ୍ଷା ସମିତି ଆୟୋଜନ କରିଥିଲା ସ୍ୱତନ୍ତ୍ର ସମାବେଶ । ଏ ସାମବେଶ ଡଙ୍ଗରିଆଙ୍କ ଲଢେଇ ପାଇଁ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ ନିୟମଗିରି ପାହାଡ ଉପରେ ରହୁଥିବା ଡଙ୍ଗରିଆ, ଝରଣିଆ ଓ ଆଦବାସୀ । ଆଉ ଏମାନଙ୍କ ସମାବେଶରେ ସାମିଲ ହୋଇଥିଲେ ବିଶିଷ୍ଠ ସମାଜସେବୀ ମେଧା ପାଟେକର । ଡଙ୍ଗରିଆଙ୍କ ଅଧିକାର ପାଇଁ ବେଦାନ୍ତ କମ୍ପାନୀ ଓ ପୁଲିସର ଦମନଳିଳା ବିରୋଧରେ ନିୟମଗିରି ସୁରକ୍ଷା ସମିତିର ଲଢେଇକୁ ସ୍ୱାଗତ କରିଥିଲେ ମେଧା ପାଟେକର । ନିୟମରାଜାର ସୁରକ୍ଷା ପାଇଁ ଲଢେଇ ଜାରି ରହିଛି, ଆଗକୁ ମଧ୍ୟ ରହିବ । ତେବେ ଆବଶ୍ୟକ ପଡିଲେ ରକ୍ତ ଦେବୁ ପଛେ ନିୟମରାଜାକୁ କାହାରିକୁ ଦେବୁନି । ବେଦାନ୍ତ ନ ହଟିବା ଯାଏଁ ଏହି ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ସହ ଆଜି ବିଶ୍ୱ ପରିବେଶ ଦିବସ