କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

17

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ୧୦ଜନପଥରେ ଥିବା ସୋନିଆ ଗାନ୍ଧୀଙ୍କ ନିବାସରେ ହୋଇଥିବା ଏହ ବୈଠକରେ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହୋଇଛି  ।

ସୋନିଆଙ୍କୁ ବିରୋଧୀଙ୍କ ନେତୃତ୍ୱ ନେବା ପାଇଁ ନୀତୀଶ କୁମାର ନିବେଦନ କରିଥିଲେ । ବିରୋଧୀଙ୍କ ମଧ୍ୟରେ ସେ ଜଣେ ବରିଷ୍ଠ ନେତା ହୋଇଥିବାରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନ ଆରମ୍ଭ କରିବା ଆବଶ୍ୟକ ବୋଲି ସୋନିଆଙ୍କୁ କହିଛନ୍ତି ନୀତୀଶ । ତେବେ ପୂର୍ବରୁ ଏହି ପ୍ରସଙ୍ଗରେ ଏନସିପ ସହ ବି ଆଲୋଚନା କରିସାରିଛନ୍ତି ନୀତୀଶ କୁମାର । ତେଣୁ ଏବେ ସୋନିଆ ଗାନ୍ଧୀ, ଏନ୍ସିପି ଓ ବାମ ଦଳ ସମେତ ଅନ୍ୟ ବିରୋଧୀ ଦଳଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିବାକୁ ଚାହୁଁଛନ୍ତି ।

ସୋନିଆଙ୍କ ସହ ହୋଇଥିବା ଏହି ବୈଠକରେ ଇଭିଏମ୍ ଓ ବିମୁଦ୍ରାକରଣକୁ ନେଇ ମଧ୍ୟ ଆଲୋଚନା ହୋଇଛି । ମୋଦି ସରକାରଙ୍କ ଏଜେଣ୍ଡାକୁ ବାଦ୍ ଦେଇ ବିରୋଧୀ ନିଜ ଏଜେଣ୍ଡା ପ୍ରସ୍ତୁତ କରିବା ଉପରେ ଜୋର ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଗତ ଦିନରେ ବିରୋଧୀ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି । କିନ୍ତୁ ଏଥିରେ ବିରୋଧୀ ସଫଳ ହୋଇନାହାନ୍ତି । ତେବେ ମହାମେଂଟ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି ।