ବିହାରରେ ଭାଙ୍ଗିଲା ମହାମେଂଟ ସରକାର : ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

31

କନକ ବ୍ୟୁରୋ : ବିହାରରେ ରାଜନୀତିରେ ଆସିଛି ଭୂମିକମ୍ପ । ୨୪ ଘଂଟା ପୂର୍ବରୁ ଅର୍ଥାତ ଗତକାଲି ଏହି ସମୟରେ ଲାଲୁଙ୍କ ସହଯୋଗୀ ଥିଲେ ନୀତିଶ କୁମାର । କିନ୍ତୁ ଆଜି ଅର୍ଥାତ ଠିକ୍ ୨୪ ଘଂଟା ପରେ ମୋଦିଙ୍କ ପ୍ରଂଶସକ ହୋଇଯାଇଛନ୍ତି ନୀତିଶ କୁମାର । ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର । ଭାଙ୍ଗିଥିଲା ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟ । ରାତିସାରା ଚାଲିଥିଲା ରାଜନୈତିକ ସରଗରମ ।

ବିହାରରେ ବିଜେପି ସମର୍ଥନ ଦେବା ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସକାଳ ୧୦ଟାରେ ଶପଥ ଗ୍ରହଣ ସମାରୋହ ହେବ । ବିଜେପିର କେବଳ ସୁଶୀଲ ମୋଦ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅନ୍ୟ ମନ୍ତ୍ରୀମାନଙ୍କୁ ପରେ ଶପଥ ଦିଆଯିବ । ନୀତିଶ କୁମାର ଆସନ୍ତାକାଲି ବିଧାନସଭାରେ ବହୁମତ ପ୍ରମାଣ କରିବେ । ଗତକାଲି ରାତିରେ ପାଟନାରେ ବିଜେପି ଓ ସଂଯୁକ୍ତ ଜନତା ଦଳ ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ବଛାଯାଇଥିଲା । ବଡ କଥା ହେଲା ଆଜିର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି ।