ସଙ୍କଟରେ ଲାଲୁଙ୍କ ମହାମେଂଟ ! ଆରଜେଡିର ବିଜେପି ହଟାଅ,ଦେଶ ବଂଚାଅ ରାଲିକୁ ବ୍ୟାପାର କହିଲା ଜେଡିୟୁ

33

କନକ ବ୍ୟୁରୋ: ବିହାରର ଆରଜେଡି ଓ ଜେଡିୟୁ ମେଂଟ ସରକାରରେ ପୁଣି ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅଗଷ୍ଟ ୨୭ରେ ଲାଲୁ ଯାଦବଙ୍କ ବିଜେପି ହଟାଅ, ଦେଶ ବଂଚାଅ ରାଲିକୁ ଜେଡିୟୁ ଆସୁନଥିବା ସୂଚନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜେଡିୟୁ ପକ୍ଷରୁ କୁହାଯାଇଛି ବିଜେପି ହଟାଅ,ଦେଶ ବଂଚାଅ ରାଲି କେବଳ ଆରଜେଡି ବ୍ୟାପାର ।

ତେଣୁ ଜନତା ଦଳ ୟୁନାଇଟେଡ ଏହି ରାଲିରୁ ଦୁରରେ ରହିବାକୁ ନିଷ୍ପତି ନେଇଛି । ଅନ୍ୟପଟେ କଂଗ୍ରେସ ଉପରେ ବର୍ଷିଛନ୍ତି ନୀତିଶ । କହିଛନ୍ତି ଖୋସାମତି ସଂସ୍କୃତି ତାଙ୍କ ଦଳରେ ନାହିଁ । ଜେଡିୟୁର କାର୍ଯ୍ୟପନ୍ଥା ନେଇ ବିବୃତି ଦେବାର ଅଧିକାର ଦଳର ନାହିଁ । କଂଗ୍ରେସ ନିଜ କଥା ଚିନ୍ତା କରୁ ।