ସ୍କୁଲ ପହଞ୍ଚିବାର ତୁରନ୍ତ ପରେ ସେଲ୍ଫି ପଠାଇବେ ଶିକ୍ଷକ ! ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ନିୟମ ?

96

ବିହାରରେ ଭୁଷୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ତେବେ ବିହାରର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକଙ୍କୁ ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି । ପୂର୍ବରୁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ନିଃସ୍ୱାର୍ଥପର ଭାବେ ଶିକ୍ଷାଦାନ କରୁଥିଲେ । ଫଳରେ ମୂଲ୍ୟବୋଧଭିତ୍ତିକ ଶିକ୍ଷାଲାଭ କରାଯାଇପାରୁଥିଲା । ଯାହା ସମାଜ ପାଇଁ ଉପଯୋଗୀ ହୋଇପାରୁଥିଲା। ଏବେର ଅବସ୍ଥା କିନ୍ତୁ ଭିନ୍ନ । ସରକାରୀ ବିଦ୍ୟାଳୟରେ ଶିକ୍ଷାର ସ୍ତର କମିବାରେ ଲାଗିଛି । ଯାହାଫଳରେ ଅଭିଭାବକମାନେ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବା ପାଇଁ ଅମଙ୍ଗ ହେଉଛନ୍ତି । ତେବେ ବିହାର ଏପରି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଯୋଗୁଁ । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀ ଭଲ କରିପାରୁ ନାହାନ୍ତି । ଏଥିପାଇଁ ଶିକ୍ଷକଙ୍କୁ ଦୋଷ ଦିଆଯାଉଛି । ସ୍କୁଲ ଶିକ୍ଷକଙ୍କ ଅନୁପସ୍ଥିତି ଓ ପିଲାମାନଙ୍କୁ ଭଲରେ ପାଠ ନପଢ଼ାଇବା ଏକ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ସରକାର ।

ତେବେ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିବା ପାଇଁ ଯାଉଛନ୍ତି । ସାରା ରାଜ୍ୟରେ ଏହି ନିୟମ ଲାଗୁହେବା । ସମସ୍ତ ସରକାରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସ୍କୁଲରେ ପହଂଚି ତୁରନ୍ତ ସେଲ୍ଫି ପଠାନ୍ତୁ । ତେବେ ଏଥିରେ ପ୍ରଶ୍ନ ଉଠୁଛି ସ୍କୁଲରେ ପହଞ୍ଚି ଶିକ୍ଷକ ପ୍ରଥମେ ସେଲଫି କାହିଁକି ନେବେ ? ସେଲଫିରୁ ହିଁ ଜଣାପଡ଼ିଯିବା ଶିକ୍ଷକ ସ୍କୁଲରେ ମହଜୁଦ୍ ଅଛନ୍ତି କି ନାହିଁ । ଏହା ବ୍ୟତୀତ କେଁଉ ସମୟରେ ସେଲଫି ନେଇଛନ୍ତି ସେନେଇ ମଧ୍ୟ ଶିକ୍ଷକମାନଙ୍କୁ ସୂଚନା ଦେବାପାଇଁ ପଡ଼ିବ ।

ସରକାରଙ୍କ ନିର୍ଦ୍ଦେଶ ଖିଲାପ ହେଲେ କିମ୍ବା କୌଣସି ଶିକ୍ଷକ ଯଦି ସେଲ୍ଫି ନନିଅନ୍ତି ତେବେ ସେହିଦିନ ସେ ସ୍କୁଲରେ ଅନୁପସ୍ତିତ ଅଛନତି ବୋଲି ଧରିନିଆଯିବ । ଆଉ ଉକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ବିହାରର କଟିହାର ଜିଲ୍ଲାରେ ସୋବବାର ଠାରୁ ଏହି ନିୟମ ଲାଗୁ ହୋଇସାରିଛି । ସମସ୍ତ ଶିକ୍ଷକ ହ୍ୱାଟସଆପ୍ ଜରିଆରେ ସେଲ୍ଫି ପଠାଇବାର ଦେଖାଯାଉଛି । କଟହାର ପାଖାପାଖି ୮ ଟି ସ୍କୁଲରେ ଏହି ନୂଆ ନିୟମ ଲାଗୁ ହୋଇଛି । ତେବେ ଆଗାମୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନିୟମ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ।