ପାନେ ପାଇବ ପାକିସ୍ତାନ! ମୋଦିଙ୍କ ମନ୍ତ୍ରୀ କହିଲେ, ପାକିସ୍ତାନକୁ ଯାଉଥିବା ପାଣିକୁ ଯମୁନା ନଦୀକୁ ଅଣାଯିବ, ପ୍ରସ୍ତୁତ ହୋଇସାରିଛି ନୀଳନକ୍ସା ।

341

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ବଦଲା ନେବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ୱର ଉଠିଛି । ଏପରିକି ପାକିସ୍ତାନକୁ ତାହାରି ଭାଷାରେ ଜବାବ ଦେବାକୁ ଦାବି ହେଉଛି । ଆଉ ଏସବୁ ଭିତରେ ହାତରେ ନ ମାରି ପାକିସ୍ତାନକୁ ଭାତରେ ମାରିବାକୁ ଭାରତ ପକ୍ଷରୁ ଯୋଜନା କରାଯାଉଛି । ଅର୍ଥାତ କୌଣସି ଯୁଦ୍ଧ ନୁହେଁ ବରଂ କୁଟନୈତିକ ଓ ଅନ୍ୟ ଉପାୟରେ ପାକିସ୍ତାନକୁ ଦୁର୍ବଳ କରିବାକୁ ଆରମ୍ଭ ହୋଇଛି ପ୍ରୟାସ ।

ଖାସକରି ପାକିସ୍ତାନକୁ ପାନେ ଦେବାକୁ ହେଲେ ଭାରତରୁ ପାକିସ୍ତାନକୁ ଯାଉଥିବା ପାଣି ଅଟକାଇଦେବାକୁ ଜୋରଦାର ଦାବି ଉଠୁଥିଲା । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଭାରତ ଅଧିକାରରେ ଥିବା ୩ଟି ନଦୀର ପାଣି ପାକିସ୍ତାନକୁ ଛାଡିବା ବଦଳରେ ଯମୁନା ନଦୀକୁ ଆଣିବାକୁ ଯୋଜନା ଚାଲିଥିବା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଗଡକରୀ ବାଗପତରେ ଯମୁନା ନଦୀ କୁଳରେ ଜଳ ବିଶୋଧାନଗାର ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏହି ଘୋଷଣା କରିଛନ୍ତି । ଗଡକରୀଙ୍କ କହିବା ଅନୁଯାୟୀ, ଭାରତରୁ ପାକିସ୍ତାନକୁ ଯାଉଥିବା ୩ଟି ନଦୀର ପାଣିକୁ ଯମୁନା ନଦୀକୁ ଅଣାଯିବ । ଏଥିପାଇଁ ୩ଟି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି ।

କଣ ଏହି ପ୍ରୋଜେକ୍ଟ :
ଦିଲ୍ଲୀ-ଆଗ୍ରାରୁ ଇଟାୱା ପର୍ଯ୍ୟନ୍ତ ଜଳମାର୍ଗରେ ଡିପିଆର ନିର୍ମାଣ ଶେଷ ହୋଇଛି । ଏହି ପ୍ରୋଜେକ୍ଟ ଦ୍ୱାରା ବାଗପତରେ ନଦୀ ବନ୍ଦର ନିର୍ମାଣ କରାଯିବ । ଯାହାଦ୍ୱାରା ଚାଷୀଙ୍କର ଜଳ ସମସ୍ୟା ଦୂର ହେବା ସହ ଚାଷୀ ମାନେ ବିଭିନ୍ନ କିସମର ଫସଲ ଉତ୍ପାଦନ କରିପାରିବେ । ଜଳର ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ଭାରତର ଅଧିକାର ଥିବା ୩ଟି ନଦୀର ପାଣି ଯାହା ପାକିସ୍ତାନକୁ ଯାଉଥିଲା ତାହାକୁ ଯମୁନା ନଦୀକୁ ଛଡାଯିବ । ଏହାଦ୍ୱାରା ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ଲୋକ ଜଳମାର୍ଗରେ ଦିଲ୍ଲୀରୁ ଆଗ୍ରା ପର୍ଯ୍ୟନ୍ତ ଯାତାୟତ କରିପାରିବେ ।

ପାକିସ୍ତାନକୁ ଯାଉଥିବା ପାଣି ଅଟକାଇବା ପଥରେ ସିନ୍ଧୁ ଚୁକ୍ତି ବାଧା ସୃଷ୍ଟି କରିପାରେ । କାରଣ ସିନ୍ଧୁ ଚୁକ୍ତି ଅନୁଯାୟୀ, ଭାରତର ଅଧିକାରରେ ଆସୁଥିବା ୩ଟି ନଦୀର ଜଳକୁ ଅଟକାଯାଇପାରିବ ନାହିଁ । ଏହାପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ଏହି ଚୁକ୍ତି ଉପରେ କୌଣସି ପ୍ରଭାବ ପଡିନଥିଲା ।