୬/୭ଟି ପୂର୍ବାଂଚଳ ରାଜ୍ୟ ଯୋଗୁଁ ଭାରତ ପଛରେ ପଡ଼ିଯାଉଛି : ନୀତି ଆୟୋଗ ସିଇଓ ଅମିତାଭ କାନ୍ତ

39

କନକ ବ୍ୟୁରୋ : ୬/୭ଟି ପୂର୍ବାଂଚଳ ରାଜ୍ୟ ଯୋଗୁଁ ଭାରତ ପଛରେ ପଡ଼ିଯାଉଛି । ପ୍ରଶାସନିକ ବିଫଳତା ଯୋଗୁଁ ଦେଶର ଏଭଳି ୨୦୦ଟି ପୂର୍ବାଂଚଳ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ପଛରେ ପଡ଼ିଛି । ଏମାନଙ୍କୁ ଚିହ୍ନଟ କରି ନିନ୍ଦିତ କରାଯିବା ଉଚିତ ବୋଲି ଏକ ସଭାରେ ମତ ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଦେଶର ଦକ୍ଷିଣ ଓ ପଶ୍ଚିମାଂଚଳରେ ଭଲ ବିକାଶ ହେଉଥିବା ବେଳେ ପୂର୍ବାଂଚଳ ପଛରେ ପଡ଼ିଯାଇଛି । ପୂର୍ବାଂଚଳର ୭/୮ଟି ରାଜ୍ୟ ଭିତରେ ସେ ଓଡ଼ିଶାର ନାଁ ନେଇଥିଲେ ସୁଦ୍ଧା ଏଭଳି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । କେନ୍ଦ୍ର ସରକାର ଓଡ଼ିଶା ଭଳି ରାଜ୍ୟକୁ କେତେ ସହାୟତା ଦେଇଛନ୍ତି ତା ଉପରେ ସ୍ପଷ୍ଟ କରିବା ଦରକାର ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଅନ୍ୟପଟରେ ସବୁ ସ୍ତରରେ ଦୁର୍ନୀତି ପାଇଁ ଓଡ଼ିଶା ପଛକୁ ଚାଲିଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ।