ସ୍ୱାସ୍ଥ୍ୟ ସେବା ରିପୋର୍ଟ ଦେଲା ନୀତି ଆୟୋଗ : ତାଲିକାରେ ସବୁଠାରୁ ଆଗରେ କେରଳ, ଓଡ଼ିଶାର ପ୍ରଦର୍ଶନ ନିରାଶାଜନକ

188

କନକ ବ୍ୟୁରୋ : ନୀତି ଆୟୋଗର Health Index ରିପୋର୍ଟ । ସ୍ୱାସ୍ଥ୍ୟସେବାରେ ଦେଶର ସମସ୍ତ ରାଜ୍ୟ ଗୁଡ଼ିକର ପ୍ରଦର୍ଶନ ନେଇ ରିପୋର୍ଟ ଜାରି କରିଛି ନୀତି ଆୟୋଗ । ଏହି ତାଲିକାରେ ସର୍ବାଗ୍ରେ ରହିଛି କେରଳ । ୨୦୧୮ରେ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଟପରେ ଥିଲା କେରଳ । ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡ଼ିକ ହେଲୋ ବିହାର ଓ ଉତ୍ତର ପ୍ରଦେଶ । ତେବ ହେଲ୍ଥ ଇନଡେକ୍ସ ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ଭଲ ନାହିଁ ।

ଚଳିତବର୍ଷ ଅପେକ୍ଷା ଗୋଟିଏ ସ୍ଥାନ ତଳକୁ ଖସିଛି ଓଡ଼ିଶା । Health Index ରିପୋର୍ଟର ୨୧ଟି ରାଜ୍ୟରୁ ଓଡ଼ିଶା ୧୯ ତମ ସ୍ଥାନରେ ରହିଛି । ଗତବର୍ଷ ଓଡ଼ିଶା ୧୮ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି । ହେଲେ ରିପୋର୍ଟ ଅନୁସାରେ ବିହାର ଓ ଉତ୍ତରପ୍ରଦେଶ ଉପରେ ରହିଛି ଓଡ଼ିଶା । ଛୋଟ ରାଜ୍ୟ ଗୁଡ଼ିକ ଚଳିତ ବର୍ଷ ସ୍ୱାସ୍ଥ୍ୟ ସେବାରେ ସୁଧାର କରିଛନ୍ତି । ବଡ଼ ରାଜ୍ୟ ଗୁଡ଼ିକ ମଧ୍ୟରେ ହରିୟାଣା, ରାଜସ୍ଥାନ ଓ ଝାଡ଼ଖଣ୍ଡ ଗତ ବର୍ଷର ରାଙ୍କିଂ ଅନୁସାରେ ଭଲ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ ସବୁଠାରୁ ଆଗରେ ରହିଛି ।

ନୀତି ଆୟୋଗ ରିପୋର୍ଟ ଅନୁସାରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶା ସ୍ୱାସ୍ଥ୍ୟ ମାମଲାରେ ପ୍ରଦର୍ଶନ ନିରାଶାଜନକ ରହିଛି । ନୀତିଆୟୋଗ ଛୋଟ ତଥା ବଡ଼ ରାଜ୍ୟ ଗୁଡ଼ିକର ସ୍ୱାସ୍ଥ୍ୟ ସି୍ଥତି ଆକଳନ କରିଛି । ୨୧ ଟି ବଡ଼ ରାଜ୍ୟ ଓ ୮ ଟି ଛୋଟ ରାଜ୍ୟ ତାଲିକା କରି ରିପୋର୍ଟ ପ୍ରସ୍ତୁତ ହୋଇଛି ।