ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ନୀତି ଆୟୋଗ ଗ୍ରହଣ କଲା ୧୫ ଟି ଆକ୍ସନ ପ୍ଲାନ ! କ’ଣ ଏହି ପ୍ଲାନ୍ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

29

ନୀତି ଆୟୋଗ ଦିଲ୍ଲୀ, କାନପୁର ଏବଂ ବାରାଣାସୀ ସମେତ ଦେଶର ସର୍ବାଧିକ ୧୦ ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ୧୫ଟି ସୁତ୍ରୀୟ କାର୍ଯ୍ୟ ଯୋଜନାର ପ୍ରସ୍ତାବ ଦେଇଛନ୍ତି । ବ୍ରେଥ ଇଣ୍ଡିଆ ଶୀର୍ଷକରେ ଜାରି କରାଯାଇଥିବା ଯୋଜନା ମୁତାବକ, ଇଲେକ୍ଟ୍ରିକ ବାହନକୁ ସାମିଲ କରି ଏବେ ବ୍ୟବହାର କରାଯାଉଥିବା ଡିଜେଲ ବାହନକୁ ବନ୍ଦ କରାଯିବ । ଏଥି ସହିତ ଫସଲର ଅବଶେଷକୁ ଉପଯୋଗୀ କରି ବ୍ୟବହାରରେ ଲଗାଇବା ଏହି ନିୟମରେ ସାମିଲ କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ଏକ ରିପୋର୍ଟ ଅନୁସାରେ କାନପୁର, ଫରିଦାବାଦ, ଗୟା, ବାରଣାସୀ, ଆଗ୍ରା, ଗୁରଗାଁଓ, ମୁଜଫରପୁର, ଲଖନୌ, ଏବଂ ପାଟଣା ଭଳି ଅନ୍ୟ ୧୦ଟି ଦେଶ ମଧ୍ୟ ପ୍ରଦୂଷିତ ସହରରେ ଶାମିଲ ରହିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ଏକ ରିପୋର୍ଟ ଅନୁସାରେ, ଗତ ଜୁନ ମାସରେ ପଶ୍ଚିମ ଭାରତରେ ଆସିଥିବା ଧୂଳି ଝଡ କାରଣରୁ ଦିଲ୍ଲୀରେ ବାୟୁମଣ୍ଡଳର ଗୁଣମତା ଖରାପ ହୋଇଯାଇଥିଲା ।

ନୀତି ଆୟୋଗ ଯୋଜନା ଅନୁସାରେ, ପୁରୁଣା ଏବଂ ଅକୁଶଳ ବାହନ ଗୁଡିକ ଉପରେ ୨୦୨୦ ସୁଦ୍ଧା ପ୍ରତିବନ୍ଧକ ଲଗା ଯାଇ ଇଲେକ୍ଟ୍ରିକ ହାଇବ୍ରିଡ ତଥା ବିଜୁଳି ଏବଂ ପେଟ୍ରୋଲ , ଡିଜେଲରେ ଚାଳିତ ବାହାନ ଗୁଡିକର ବିତରଣ ବଢାଇବା ପାଇଁ କୁହାଯାଇଛି । ତେବେ ଏହି ଯୋଜନା ଉପରେ କେନ୍ଦ୍ର ସରକାର କହିଛନ୍ତି ଆସନ୍ତା ତିନି ବର୍ଷ ମଧ୍ୟରେ ଅର୍ଥାତ ୨୦୨୧ ସୁଦ୍ଧା ୧୫ ବର୍ଷରୁ ଅଧିକ ପୁରୁଣା ବାଇକ ଉପରେ ପ୍ରତିବନ୍ଧକ ଲଗାଇ ଇଲେକ୍ଟ୍ରିକ ବାଇକର ବ୍ୟବହାର କରିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଏହି ଯୋଜନାରେ ବିଜୁଳି ଚାଳିତ ଦୁଇ ଚକିଆ ଏବଂ ତିନି ଚକିଆ ଯାନକୁ ଅଧିକ ଗୁରୁତ୍ୱ ଦେବା ନିତ୍ୟନ୍ତ ଆବଶ୍ୟକ ଅଟେ ।