ନିଠାରୀ ହତ୍ୟାକାଣ୍ଡ ମାମଲା ! ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ

90

କନକ ବ୍ୟୁରୋ : ଗାଜିଆବାଦର ବିଶେଷ ସିବିଆଇ କୋର୍ଟ ନିଠାରୀ ମାମଲାରେ ଦୋଷୀଙ୍କ ବିରୋଧରେ ଆଜି ଶୁଣାଣି କରିଛନ୍ତି । କୋର୍ଟ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏହା ପୂର୍ବରୁ ଗାଜିଆବାଦର ଏକ ବିଶେଷ ଅଦାଲତ ନିଠାରୀ ହତ୍ୟାକାଣ୍ଡ ସହ ଜଡିତ ଥିବା ଦୋଷୀ ମୋନିନ୍ଦର ସିଂ ପନ୍ଦେର ଓ ସୁରେନ୍ଦ୍ର କୋଲିଙ୍କୁ ଦୋଷି ସାବ୍ୟସ୍ତ କରିଥିଲା । ୨୦ ବର୍ଷିୟ ପିଙ୍କି ସରକାରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦୦୬ ମସିହାରେ ଏହି ଘଟଣା ପଦାକୁ ଆସିବା ପରେ ଚାଂଚଲ୍ୟ ଖେଳି ଯାଇଥିଲା । ତଦନ୍ତ ପରେ ଭୟାନକ ତଥ୍ୟ ସାମ୍ନାକୁ ଆସିଥିଲା । ଦିଲ୍ଲୀ ନୋଇଡା ଉପକଣ୍ଠରେ ଥିବା ନିଠାରୀ ଗାଁରୁ ରହସ୍ୟଜନକ ଭାବେ ପିଲାମାନେ ନିଖୋଜ ହେଉଥିଲେ । ପରେ ସେମାନଙ୍କ ଘର ଭିତରୁ ୧୭ ଜଣ ପିଲାଙ୍କ ହାଡ ମିଳିଥିଲା ଏବଂ ସେମାନଙ୍କ ଭିତରେ ୧୦ ଜଣ ଝିଅ ଥିବା ଜଣାପଡିଥିଲା । ତେବେ ପିଙ୍କି ଅପହରଣ ଓ ହତ୍ୟାକାଣ୍ଡ ନିଠାରୀ ହତ୍ୟାକାଣ୍ଡର ଘଟଣାର ଅଷ୍ଟମ ମାମଲା ।