ଗିରଫ ହେଲେ କଂଗ୍ରେସର ଦବଙ୍ଗ ବିଧାୟକ । ରାସ୍ତା ଖରାପ ପାଇଁ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ଢାଳିଥିଲେ, FIR ପରେ ଉଠାଇନେଲା ପୋଲିସ ।

196

ଗିରଫ ହେଲେ କଂଗ୍ରେସର ଦବଙ୍ଗ ବିଧାୟକ । ସର୍ବସମ୍ମୁଖରେ ଇଞ୍ଜିନିୟରଙ୍କୁ ମାଡ ମାରିବା, ଗାଳି କରିବା ତଥା କାଦୁଅ ପାଣି ଢାଳିବା ଘଟଣାରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ରାଣେଙ୍କୁ ଗିରଫ କରିଛି ପୋଲିସ । କେବଳ ନିତେଶ ନୁହଁନ୍ତି ବରଂ ତାଙ୍କର ୫୦ ସମର୍ଥକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ । ଗିରଫ ପରେ ବିଧାୟକଙ୍କୁ ଏହି ମାମଲା ବାବଦରେ ପଚରାଉଚରା କରିବ ପୋଲିସ ।

ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ଢାଳିବା ପରେ ମଧ୍ୟ ଅନୁତାପ କରିନାହାନ୍ତି ବିଧାୟକ । ବରଂ ଏଥିପାଇଁ ତାଙ୍କର ପରବାୟ ନାହିଁ ବୋଲି ଖୁଲମଖୁଲା କହିଛନ୍ତି ନିତେଶ । ଲୋକେ ରାସ୍ତା ପାଇଁ ଜମି ଦେଇଛନ୍ତି ତେଣୁ କାହିଁକି ଖରାପ ରାସ୍ତାରେ ଚାଲିବେ । ରାସ୍ତା ଖରାପ ପାଇଁ ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଦାୟୀ, ତେଣୁ ଯେଉଁ ଅଧିକାରୀ ଲୋକଙ୍କ ସମସ୍ୟା ନ ବୁଝିବେ ସେମାନଙ୍କୁ ଏଭଳି ଦଣ୍ଡ ଦେବା ଆବଶ୍ୟକ ।

ଇଞ୍ଜିନିୟରଙ୍କୁ ମାଡ ଘଟଣାରେ ନିତେଶଙ୍କ ବିରୋଧରେ କୁଡାଲ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ପୀଡିତ ଇଞ୍ଜିନିୟର ନିତେଶଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହାପୂର୍ବରୁ ରାସ୍ତା ଖରାପ ପାଇଁ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ଢାଳିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ କଂଗ୍ରେସ ବିଧାୟକ ନିତେଶ ମୁମ୍ବାଇ-ଗୋଆ ହାଇୱେ ଉପରେ ରାସ୍ତା ମରାମତି କାର୍ଯ୍ୟର ଅନୁଧ୍ୟାନ କରୁଥିବା ବେଳେ ସେଠାରେ ହାଇୱେ ଇଞ୍ଜିନିୟର ପ୍ରକାଶ ଶେଦେକର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଖାଲଖମାରେ ଭର୍ତ୍ତି ତଥା କାଦୁଅ ପଚପଚ ରାସ୍ତାକୁ ଦେଖି ରାଗି ଯାଇଥିଲେ ନିତେଶ । ପ୍ରକାଶଙ୍କ ଉପରେ ରାସ୍ତାର କାଦୁଅ ପାଣି ଢାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଊ ବିଧାୟକଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ପକାଇଥିଲେ ତାଙ୍କର ସମର୍ଥକ ।ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ ନୀତିଶ ।