ଥମିଲା ଆନ୍ଦୋଳନ

20

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନ୍ଆଇଟି ନିର୍ଦେଶକଙ୍କ ଉପସ୍ଥିତରେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀ ମଧ୍ୟରେ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପରେ ଏହି ନିଷ୍ପତି ହୋଇଛି । ପ୍ରଶାସନିକ ତ୍ରୁଟି ଥିବା ବୈଠକରେ ନିଷ୍କର୍ସ ବାହାରିଥିବା ବେଳେ ସଂସ୍ଥାର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରହି ଛାତ୍ର ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି । ସେହିପରି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଛି ।

ଏପଟେ ଆଜି ଏନ୍ଆଇଟିକୁ ଆସୁଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରାଳୟର ଅଣ୍ଡର ସେକ୍ରେଟାରୀ ରାଜେଶ ସିଂହ ସୋଲଙ୍କୀ । ରାଉରକେଲାରେ ଯୌନ କେଳେଙ୍କାରୀ ପ୍ରସଙ୍ଗ ଉଠିବା ପରେ ମନ୍ତ୍ରାଳୟକୁ ହସ୍ତକ୍ଷେପ କରିବା ପାଇଁ ଛାତ୍ରଛାତ୍ରୀମାନେ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । ରାଜେଶ ସିଂହ ରାଉରକେଲା ଆସି ପୁରା ଘଟଣାକୁ ଅନୁଧ୍ୟାନ କରିବା ସହ ମନ୍ତ୍ରାଳୟକୁ ଏକ ରିପୋର୍ଟ ପ୍ରଦାନ କରିବେ । ସେପଟେ ଯୌନ କେଳେଙ୍କାରୀର ଖଳନାୟକ ବଳରାମ ଚମ୍ପତିରାୟ ଏବେ ବି ଫେରାର ଅଛନ୍ତି । ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରି ବଳରାମକୁ ଧରିବାକୁ ପ୍ରୟାସ ଚଳାଇଛି ରାଉରକେଲା ପୁଲିସ ।