ଫିଟୁଛି ଗୁମର

27

ରାଉରକେଲା : ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ପରେ ବଳରାମ ଚମ୍ପତିରାୟଙ୍କ କଳାକାରନାମାର ଧିରେ ଧିରେ ଗୁମର ଫିଟୁଛି । ବଳରାମ ଚମ୍ପତିରାୟ ଏନଆଇଟି ନିର୍ଦେଶକଙ୍କ ଛତ୍ରଛାୟା ତଳେ ରହି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଛାତ୍ର ସଂସଦର ପୂର୍ବତନ ସଭାପତି ଅଭିଯୋଗ କରିଛନ୍ତି । ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏନଆଇଟି ସୁରକ୍ଷା ଦାୟିତ୍ୱ ତୁଲାଉଥିବା ବ୍ରାଇଟ ଇଂଟେଲିଜେନ୍ସ ସଂସ୍ଥାର ମହାପ୍ରବନ୍ଧକ ମଧ୍ୟ ସମାଲୋଚନା କରିଛନ୍ତି । ଏନଆଇଟି ଭଳି କେନ୍ଦ୍ରୀୟ ସଂସ୍ଥାରେ  ସୁରକ୍ଷା ଅଧିକାରୀ ପଦରେ ଏଭଳି ଲୋକଙ୍କୁ ନିଯୁକ୍ତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଏହା ସହ ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ