ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି

16

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି । ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲିଂ ମାଧ୍ୟମରେ ଯୌନଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଏଥିସମେତ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

ଯାହାକୁ ବିରୋଧ କରି ଛାତ୍ରଛାତ୍ରୀ ବିଭିନ୍ନ ନାରାବାଜି ଦେଇ ରାଜରାସ୍ତାକୁ ଓହ୍ଲ୍ଲାଇଛନ୍ତି । ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗଟି ଭିତ୍ତିହୀନ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ । ଆବଶ୍ୟକୀୟ ତଦନ୍ତର ସମ୍ମୁଖୀନ ହେବା ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେପଟେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହୋଇଛି । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର ତଦନ୍ତ ଆଗାମୀ ୨ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବ ବୋଲି କହିଛନ୍ତି ଏନଆଇଟି ନିର୍ଦେଶକ ।