ଏନଆଇଟି ଯୌନ କେଳେଙ୍କାରୀ ମାମଲା : ଆଜି ଛାତ୍ରଛାତ୍ରୀ ଓ ପୀଡିତାଙ୍କୁ ଭେଟିବେ ମାନବ ସମ୍ବଳ ବିକାଶ ସଚିବ

35

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ :ଏନଆଇଟି ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଯୌନ କେଳେଙ୍କାରୀ ମାମଲାର ତଦନ୍ତ କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ମାନବ ସମ୍ବଳ ବିକାଶ ସଚିବ ରାଜେଶ ସିଂ ସୋଲାଙ୍କି ମାମଲାର ତଦନ୍ତ ପାଇଁ ଓଡିଶା ଆସିଛନ୍ତି । ଆଜି ସେ ଏନଆଇଟି ନିର୍ଦେଶକ, ଛାତ୍ରଛାତ୍ରୀ ଓ ପୀଡିତାଙ୍କୁ ଭେଟି ଆଲୋଚନା କରିବେ । ତାଙ୍କର ତଦନ୍ତ ରିପୋର୍ଟ ଆଧାରରେ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ତ୍ୱରାନିତ କରିବେ । ସେପଟେ ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଜି ଏନଆଇଟି ନିର୍ଦେଶକଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବ । ସେହିପରି ୮ ଦିନ ଧରି ଲାଗିରହିଥିବା ଛାତ୍ର ଅଶାନ୍ତିର ସମାଧାନ ହୋଇଛି । ଏନଆଇଟି କର୍ତୃପକ୍ଷ ଓ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ୫ ଘଂଟାର ଆଲୋଚନା ପରେ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଧାରଣାରୁ ଓହରିଛନ୍ତି ।