ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ

35

ରାଉରକେଲା : ରାଉରକେଲାସ୍ଥିତ ଏନଆଇଟି ଶିକ୍ଷାନୁଷ୍ଠାନର ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ । ଅଭିଯୋଗ ଆଣିଲେ ଏନଆଇଟିର ଛାତ୍ର ଛାତ୍ରୀ । ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲିଂ ମାଧ୍ୟମରେ ଯୌନଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଏଥିସମେତ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଛାତ୍ରଛାତ୍ରୀ ବିଭିନ୍ନ ନାରାବାଜି ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି ହୋଇଛି ।ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗଟି ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ ।ଆବଶ୍ୟକୀୟ ତଦନ୍ତର ସମ୍ମୁଖୀନ ହେବା ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେପଟେ ଆନ୍ଦୋଳନରତ ଛାତ୍ରଛାତୀଙ୍କ ସହ ଆଲୋଚନା ହୋଇଛି । ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଦରକାର ପଡିଲେ ଥାନାରେ ଅଭିଯୋଗ ହେବ ବୋଲି କହିଛନ୍ତି ଏନଆଇଟି ନିର୍ଦେଶକ ।