ଏନଆଇଟି ଯୌନ କେଳେଙ୍କାରୀ ମାମଲା : ରାଉରକେଲା ଏସଡିଜେଏମ କୋର୍ଟରେ ହାଜର ହେଲେ ବଳବନ୍ତ ଚମ୍ପତିରାୟ

17

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଏସଡିଜେଏମ କୋର୍ଟରେ ହାଜର ହେଲେ ଏନଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତିରାୟ । ୩ଟି ମାମଲାରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିଥିବା ଜଣାପଡିଛି । ମହିଳା ସୁରକ୍ଷା ଅଧିକାରୀ ଓ ଛାତ୍ରୀଙ୍କ ଯୌନ ଶୋଷଣ ନେଇ ଚମ୍ପତିରାୟଙ୍କ ବିରୋଧରେ ଥାନାରେ ଏକାଧିକ ମାମଲା ହୋଥିଲା । ଗତ ୨୬ ତାରିଖରୁ ସେ ଫେରାର ଥିବାବେଳେ ପୁଲିସ ତାଙ୍କୁ ଝିରପାଣି ଥାନା ଜଗଦାରୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ଏହା ସହ ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ