ଫାଶୀ ଟାଳିବାକୁ ନିର୍ଭୟା ଦୋଷୀର ନୂଆ ଚାଲ୍ । ସୁପ୍ରିମକୋର୍ଟରେ ଦୋଷୀ ପବନ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍, ଫାଶୀ ନୁହେଁ ଆଜୀବନ କାରାଦଣ୍ଡ ପାଇଁ ଆବେଦନ ।

1,383

କନକ ବ୍ୟୁରୋ: ପୁଣି ଫାଶୀ ତାରିଖ ଟାଳିବାକୁ ନିର୍ଭୟା ଦୋଷୀ ପବନ ଗୁପ୍ତାର ନୂଆ ଚାଲ୍ । ୩ ମାର୍ଚ୍ଚରେ ସ୍ଥିର ହୋଇଥିବା ଫାଶୀ ତାରିଖ ପୁଣି କିଛି ଦିନ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପବନ । ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍ । ଯାହାକୁ ନେଇ ପୁଣି ଜୋର ଫାଶୀଙ୍କୁ ନେଇ ଆଶା ଅଶଙ୍କା ବଢ଼ିଛି ।

ମାର୍ଚ୍ଚ ୩ ନିର୍ଭୟା ଦୋଷୀଙ୍କ ନୂଆ ଫାଶୀ ତାରିଖ । ସକାଳ ୬ଟାରେ ୪ ଦୋଷୀଙ୍କୁ ମିଳିବା ନେଇ ପୂର୍ବରୁ ରାୟ ଶୁଣାଇଛନ୍ତି ପଟିୟାଲା ହାଉସକୋର୍ଟ । ଏହି ଫାଶୀ ତାରିଖ ସାମ୍ନାକୁ ଆସିବା ପରେ ପୁରା ବିଚଳିତ ହୋଇଉଠିଛି ଦୋଷୀ ପବନ ଗୁପ୍ତା । ସେହିପରି ଗତ କିଛି ଦିନ ପୂର୍ବେ ଦୋଷୀ ବିନୟ ଶର୍ମା ମଧ୍ୟ ଫାଶୀ କଥା ଶୁଣି ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ନିଜକୁ ଆଘାତ ପହଞ୍ଚାଇବାକୁ ବିନୟ ଜେଲ୍ କାନ୍ଥରେ ମୁଣ୍ଡ ପିଟିଥିବା କଥା ଜଣାପଡ଼ିଥିଲା ।

ଏହାକୁ ଆଧାର କରି ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିନୟର ଓକିଲ । କେବଳ ଏତିକି ନୁହେଁ ଫାଶୀ ଟାଳିବାକୁ ସୁପ୍ରିମକୋର୍ଟ ପରେ ନିର୍ବାଚନ କମିଶନଙ୍କ ଦ୍ୱାରାସ୍ଥ ହୋଇଥଲେ ଦୋଷୀଙ୍କ ଓକିଲ ଏପି ସିଂହ । ଅଭିଯୋଗ କରିଥିଲେ ଯେଉଁ ପ୍ରକ୍ରିୟାରେ ବିନୟର ରାଜକ୍ଷମା ଆବେଦନ ଖାରଜ ହୋଇଛି ତାହା ଅସାମ୍ବିଧାନିକ । କାରଣ ଏଥିରେ ଦସ୍ତଖତ ଦେବା ବେଳକୁ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ହାତରେ ନଥିଲା କ୍ଷମତା । ଦିଲ୍ଲୀରେ ଲାଗୁ ହୋଇସାରିଥିଲା ଆଚରଣବିଧି ।

୨୯ ଜାନୁଆରୀରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥିଲା ବିନୟର ରାଜକ୍ଷମା ଫାଇଲ । ଆବେଦନକୁ ଖାରଜ ପାଇଁ ସୁପାରିଶ କରିଥିଲେ ଦିଲ୍ଲୀ ସରକାର । ସୁପାରିଶରେ ଥିଲା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଦସ୍ତଖତ । ନିର୍ଭୟା ଦୋଷୀଙ୍କ ଓକିଲଙ୍କ ଯୁକ୍ତି ଆଚରଣବିଦ୍ଧି ଲାଗୁ ପରେ କେମିତି ଦେଲେ ଦସ୍ତଖତ ? ଆଚରଣବିଦ୍ଧି ଲାଗୁ ପରେ ସତ୍ୟେନ୍ଦ୍ର ଜୈନ ନା ବିଧାୟକ ଥିଲେ ନା ମନ୍ତ୍ରୀ ? ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଟାଳିବାକୁ ଖେଳାଯାଇଥିବା ଏହି ନୂଆ ଚାଲ କେତେ କାମ ଦେଉଛି ତା ଉପରେ ରହିଛି ପୁରା ଦେଶବାସୀଙ୍କ ନଜର ।