ସହିଦଙ୍କ ମାଆଙ୍କ ପାଦ ଛୁଇଁଲେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ଭିଡିଓ ହେଲା ଭାଇରାଲ

96

ଦେହେରାଦୁନରେ ସାହସିକତା ସମ୍ମାନ ସମାରୋହରେ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବୀର ସାହସୀ ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ ପହଂଚିଥିଲେ । ଏହି ଅବସରରେ ସେ ଜଣେ ସହିଦଙ୍କ ମାଆଙ୍କ ପାଦ ଛୁଇଁଲେ । ଉତ୍ତରାଖଣ୍ଡ ର ଅମର ସହିଦ୍ ଅଜିତ ପ୍ରଧାନଙ୍କ ମାଆ ହେମ କୁମାରୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଡକାଯାଇଥିଲା । ଯେମିତି ହିଁ ସେ ମଂଚକୁ ପହଂଚିଲେ, ରକ୍ଷା ମନ୍ତ୍ରୀ ତାଙ୍କୁ ସମ୍ମାନ ଦେବା ପରେ ତାଙ୍କ ପାଦ ଛୁଇଁଲେ । ଏହି ବିଶେଷ ମୁହୂର୍ତ୍ତକୁ ବିଜେପିର ଜଣେ ବିଧାୟକ ଗଣେଶ ଯୋଶୀ ନିଜ କ୍ୟାମେରାରେ କଏଦ କରିନେଲେ । ପରେ ଏହି ଭିଡିଓକୁ ସେ ଟ୍ୱିଟରରେ ସେୟାର କଲେ ।

ଏହି ଅବସରରେ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ନୀତି ଏହା ଯେ, ସୈନିକ ଓ ପୂର୍ବ ସୈନିକଙ୍କ ସମ୍ମାନକୁ କୌଣସି ପ୍ରକାରର ଆଘାତ ଲାଗିବା କଥା ନୁହେଁ । ପ୍ରଧାନମନ୍ତ୍ରୀ ଓଆରଓପି ଏବଂ ନ୍ୟାସନାଲ ୱାର ମେମୋରିଆଲ ନିର୍ମାଣ କରିବା ପରେ କରିଥିବା ପ୍ରତିଶ୍ରୁତି ପୂରଣ କରିଥିବା ଦେଖାଦେଇଛି । ନିର୍ମଳା ସୀତାରମଣ କହିଛନ୍ତି କି, ଉତ୍ତରାଖଣ୍ଡର ସହିଦଙ୍କ ପତ୍ନୀ ଓ ମାତାପିତାଙ୍କୁ ସାକ୍ଷାତ କଲେ ତାଙ୍କୁ ସବୁବେଳେ ପ୍ରେରଣା ମିଳେ । ସୈନିକ ଯେକୈାଣସି ପରିସ୍ଥିତିରେ ଛିଡା ହୋଇଥାନ୍ତି ।