ଦୁଇ ଦିନିଆ ସିକ୍କିମ-ତିବ୍ଦତ-ଭୂଟାନ ଟ୍ରାଇ ଜଙ୍କସନ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ !

20

କନକ ବ୍ୟୁରୋ : ଆଜିଠୁ ଦୁଇ ଦିନିଆ ସିକ୍କିମ-ତିବ୍ଦତ-ଭୂଟାନ ଟ୍ରାଇ ଜଙ୍କସନ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ । ଚୀନକୁ ସଂଲଗ୍ନ ଭାରତୀୟ ସୀମାରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ଉପମୁଖ୍ୟ ଲେଫଟାନାଂଟ ଶରତ ଚାନ୍ଦ ମଧ୍ୟ ରହିବେ । ପ୍ରଥମେ ଗ୍ୟାଙ୍ଗଟକରେ ୧୭ମାଉନଟେଂନ ଡିଭିଜନର ମୁଖ୍ୟ କାର୍ଯ୍ୟାଳୟରେ ଅଧିକାରୀଙ୍କ ସହ ଆଲୋଚନା କରିବେ ।

Nirmalaନଥୁଲା ସୀମା ସହ ସୀମାର ଅନ୍ୟାନ୍ୟ ପୋଷ୍ଟରେ ସେନା ଯବାନଙ୍କୁ ସାକ୍ଷାତ କରିବେ ନିର୍ମଳା ସିଥାରମଣ । ଅଗଷ୍ଟ୨୮ରେ ଡୋକଲାମ ବିବାଦ ପରଠାରୁ ସୀମାରେ ଉଭୟ ଭାରତ ଓ ଚୀନର ଅଧିକ ସେନା ମୁତୟନ କରାଯାଇଛି । ଟ୍ରାଇ ଜଙ୍କସନରେ ଥିବା ଚୁମ୍ବି ଘାଟିରେ ପ୍ରାୟତଃ ଏହି ସମୟରେ ଚୀନ ସେନା ପ୍ରାତ୍ୟାହାର କରିନେଇଯାଇଥାଏ କିନ୍ତୁ ଏବେ ମଧ୍ୟ ସେହି ଅଂଚଳରେ ଚୀନ ସେନା ମୁତୟନ ହୋଇରହିଛନ୍ତି । ଚୀନ ସେନାର ଗତିବିଧିକୁ ନଜରରେ ରଖି ସୀମାରେ ଭାରତୀୟ ସେନା ମଧ୍ୟ ମୁତୟନ ରହିଛନ୍ତି ।