ରକ୍ଷାମନ୍ତ୍ରୀ ହେବା ପରେ ଗୁଗଲ୍ ସର୍ଚ୍ଚରେ ରାଜ୍ କଲେ ନିର୍ମଳା ! ଟୁଇଟରରେ ଗୋଟିଏ ଦିନରେ ୧ ଲକ୍ଷ ଟପିଲା ଫଲୋଅର୍ସଙ୍କ ସଂଖ୍ୟା

49

କନକ ବ୍ୟୁରୋ : ବଦଳିଯାଇଛି ମୋଦିଙ୍କ ମନ୍ତ୍ରିମଣ୍ଡଳର ରୂପରେଖ । ରବିବାର ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେଇଥିବାବେଳେ ୯ଜଣ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି । ଏଥିସହ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ୭୬ରେ ପହଁଚିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଶେଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବୋଲି କୁହାଯାଉଥିବାବେଳେ ଯୁବ ବ୍ରିଗେଡ ଉପରେ ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ନୂଆ ମନ୍ତ୍ରିମଣ୍ଡଳରେ କେବଳ ପୁରୁଷଙ୍କୁ ଗୁରୁତ୍ୱ ଦିଆଯାଇନି । ଦେଶର ୪ଜଣ ବରିଷ୍ଠ ନାରୀନେତ୍ରୀଙ୍କୁ ସ୍ଥାନ ମିଳିଛି କେନ୍ଦ୍ର କ୍ୟାବିନେଟରେ । ସେମାନେ ହେଲେ ନିର୍ମଳା ସୀତାରମଣ, ସ୍ମୃତୀ ଇରାନୀ, ସୁଷମା ସ୍ୱରାଜ ଏବଂ ଉମାଭାରତୀ ।

New Delhi: Minister of State (Independent Charge) Commerce and Industry, Nirmala Sitharaman at a press conference in New Delhi on Wednesday. PTI Photo by Manvender Vashist(PTI9_10_2014_000029B) *** Local Caption ***

ତେବେ ଏହି ସମସ୍ତ ନାରୀ ନେତ୍ରୀ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ନିର୍ମଳା ସୀତାରମଣ । ରବିବାର ଗୁଗଲ୍ ଇଣ୍ଡିଆରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ନିର୍ମଳା ସୀତାରମଣ । ଏପରିକି ସର୍ଚ୍ଚ ମାମଲାରେ ସେ ଉତ୍ତର କୋରିଆକୁ ମଧ୍ୟ ଟପି ଯାଇଥିଲେ । କାରଣ ଯେଉଁଠି ଗୋଟିଏ ପଟେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳାଙ୍କ ନାଁ ଘୋଷଣା ହୋଇଛି ସେଠି ଅନ୍ୟପଟେ ଉତ୍ତର କୋରିଆ ହାଇଡ୍ରୋଜେନ୍ ବମ୍ ପରୀକ୍ଷଣ କରି ଆମେରିକାକୁ ଦେଇଛି ଚ୍ୟାଲେଂଜ୍ ।

ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ । ରବିବାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ପରେ ଗୁଗଲ୍ ସର୍ଚ୍ଚରେ ଛାଇ ଯାଇଥିଲେ ନିର୍ମଳା । ଟେଲିଭିଜନ୍ ପରଦାରେ ନିର୍ମଳାଙ୍କ ନାଁ ଆସିବା ପରେ ତାଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା । ନିର୍ମଳାଙ୍କ ପରେ ଥିଲେ ପୀୟୁଷ ଗୋୟଲ ।

ତେବେ ଜାଣି ଆଶ୍ଚଯ୍ୟ ହେବେ ନିର୍ମଳା ସୀତରମଣଙ୍କ ବିଷୟରେ ଜାଣିବା ପାଇଁ ତାମିଲନାଡୁବାସୀ ଆଗ୍ରହ ଦେଖାଇନଥିଲେ । ରାଜ୍ୟର ମାତ୍ର ୩୦ଜଣ ଲୋକ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଗୁଗଲ୍ ସର୍ଚ୍ଚ କରିଥିଲେ । ତେବେ ନିର୍ମଳାଙ୍କ ବିଷୟରେ ଜାଣିବା ପାଇଁ ଟପରେ ଥିଲେ ଗୋଆବାସୀ । ପ୍ରାୟ ୧୦୦ ଜଣ ଲୋକ ତାଙ୍କ ବିଷୟରେ ଜାଣିବ।। ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନୂଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ଚ୍ଚ କରିବାରେ ଗୋଆ ପରେ ଦ୍ୱିତୀୟ ସ୍ଥାନରେ ଅଛି ଉତ୍ତରାଖଣ୍ଡ । ଉତ୍ତରାଖଣ୍ଡରେ ୫୦ ଜଣ ନିର୍ମଳାଙ୍କ ବିଷୟରେ ଆଗ୍ରହ ପକାଶ କରିଥିବା ବେଳ ଝାରଖଣ୍ଡରେ ୪୬ଜଣ ସର୍ଚ୍ଚ କରିଥିଲେ ।

ଏକ ରିପୋର୍ଟ ଅନୁଯାୟୀ , ରବିବାର ନୂଆ ମନ୍ତ୍ରିମଣ୍ଡଳ ଘୋଷଣା ପରେ ଗୁଗଲ ସର୍ଚ୍ଚରେ ମୋଦି କ୍ୟାବିନେଟ୍ ଏବଂ ମନ୍ତ୍ରୀ ମାନଙ୍କୁ ଅଧିକ ସର୍ଚ୍ଚ କରାଯାଇଥିଲା । ଏପରିକି ସର୍ଚ୍ଚ କରାଯାଇଥିବା ଟପ୍ ୨୦ଟି ବିଷୟ ମଧ୍ୟରେ ୧୮ତମ ସ୍ଥାନରେ ଥିଲା ମୋଦି କ୍ୟାବିନେଟ୍ ଏବଂ ତାଙ୍କ ମନ୍ତ୍ରୀଙ୍କ ସହ ଜଡିତ ତଥ୍ୟ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର ଗୋଟିଏ ଦିନରେ ନିର୍ମଳାଙ୍କୁ ଟୁଇଟରରେ ୧ଲକ୍ଷରୁ ଅଧିକ ଲୋକ ଫଲୋ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଟୁଇଟରରେ ନିର୍ମଳାଙ୍କ ଫଲୋଅର୍ସଙ୍କ ସଂଖ୍ୟା ହେଉଛି ୧୫,୩୨,୭୯୮ । ଯେଉଁଥିରୁ କେବଳ ରବିବାର ଦିନ ୧,୪୦,୭୩୦୦ ଜଣ ନିର୍ମଳାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି ।

ଏବେ ନଜର ପକାନ୍ତୁ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ରାଜନୈତିକ କ୍ୟାରିୟର୍ ଉପରେ :

nirmalaନିର୍ମଳା ସୀତାରମଣ । ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ । କର୍ଣ୍ଣାଟକରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ନିର୍ମଳା । ରାଷ୍ଟ୍ରମନ୍ତ୍ରୀ ଭାବେ ବାଣିଜ୍ୟ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ଏହି ମହିଳା ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନିତ କରିବା ସହ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଛନ୍ତି ମୋଦି ।

ତାମିଲ ନାଡୁର ମଦୂରାଇରେ ଜନ୍ମ ନେଇଥିବା ନିର୍ମଳା ସୀତାରମଣ ସୀତାଲକ୍ଷ୍ମୀ ରାମାସ୍ୱାମୀ କଲେଜରୁ ବିଏ ସାରିବା ପରେ ୧୯୮୦ ଜବାହର ଲାଲ ନେହେରୁ ୟୁନିଭରସିଟିରୁ ଅର୍ଥନୀତିରେ ସ୍ନାତକ ଶେଷ କରିଛନ୍ତି । ଇଣ୍ଡୋ-ୟୁରୋପିଆନ ଟେକ୍ସଟାଇଲ ଟ୍ରେଡରେ ପିଏଚଡି ମଧ୍ୟ କରିଛନ୍ତିି ସେ । ଜାତୀୟ ମହିଳା କମିଶନଙ୍କ ସଦସ୍ୟ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।

ତାଙ୍କର ରାଜନୈତିକ କ୍ୟାରିୟର ବି ବେଶ ଲମ୍ବା । ୨୦୦୬ରେ ସେ ଭାତୀୟ ଜନତା ପାର୍ଟିରେ ଯୋଗ ଦିଅନ୍ତି । ଆଉ ୨୦୧୦ରେ ତାଙ୍କୁ ପାର୍ଟି ମୁଖପାତ୍ର ଭାବେ ଦାୟିତ୍ୱ ଦିଏ । ଏହାପର ଠାରୁ ପାର୍ଟିରେ ତାଙ୍କର ଗୁରୁତ୍ୱ ବଢ଼ିଛି । ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

୨୦୧୬ରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଆନ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ । ଶିଳ୍ପ ଓ ବାଣିଜ୍ୟର ସ୍ୱାଧୀନ ଦାୟିତ୍ୱ ସହ ଜେଟଲୀଙ୍କ ଅଧୀନରେ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଆଉ ଏବେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ସେ । ୧୯୮୦ରେ ଇନ୍ଦିରା ଗାନ୍ଧୀ ଏହି ପଦ ସମ୍ଭାଳିଥିବା ବେଳେ ଏବେ ୩୭ ବର୍ଷ ପରେ ଦେଶ ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ପାଇଛି । ତେବେ ଇନ୍ଦିରା ପ୍ରଧାନମନ୍ତ୍ରୀ ପଦ ସହ ଏହି ବିଭାଗକୁ ନିଜ ଅଧୀନରେ ରଖିଥିଲେ କିନ୍ତୁ ପୂର୍ଣ୍ଣକାଳୀନ ମନ୍ତ୍ରୀ ଭାବେ ନିର୍ମଳା ହେଉଛନ୍ତି ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ।