ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ସେଟ୍ ଖୋଲିଲେ ସୀତାରମଣ । କୃଷି ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ । ମତ୍ସ୍ୟଠୁ ମହୁଚାଷ ପର୍ଯ୍ୟନ୍ତ ପ୍ୟାକେଜରେ ଫୋକସ । ଲୋକାଲ ଜିନିଷକୁ ଗ୍ଲୋବାଲ କରିବାକୁ ଗୁରୁତ୍ୱ

515

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ । କୃଷିକୁ ଅଧିକ ସୁଦୃଢ କରିବାକୁ ୧ ଲକ୍ଷ କୋଟି ଘୋଷଣା । କୃଷିର ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅର୍ଥାତ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ଏହି ଟଙ୍କା ବିନିଯୋଗ ହେବ । ଚାଷୀଙ୍କ ଆୟ ବୃଦ୍ଧିରେ ସହାୟ ହେବ । ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ।

ତେବେ ମତ୍ସ୍ୟଚାଷ ପାଇଁ ୨୦ ହାଜର କୋଟି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଓ ପଶୁପାଳନ ଯୋଜନାରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଶୀତଳ ଭଣ୍ଡାର, ମାଛ ମଣ୍ଡି, ମାଛ ଚାଷ ପାଇଁ ଭିତ୍ତିଭୂମି ଏବଂ ଉତ୍ପାଦନ ପାଇଁ ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଦିନରେ ୫୫ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ରୋଜଗାର ମିଳିବ ।

ସେହିପରି ୫୩ କୋଟି ଗୋରୁଗାଈଙ୍କୁ ଟୀକା ଦିଆଯିବ । ଗୋରୁ, ଗାଈ, ମଇଁଷିଙ୍କୁ ଟୀକାକରଣ କରାଯିବ । ରୋଗ ଦାଉରୁ ରକ୍ଷା କରିବାକୁ ୧୪, ୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ । ମହୁ ଚାଷ ପାଇଁ ୫୦୦ କୋଟି ଘୋଷଣା । ମହୁଚାଷ ଲୋକାରୁ ଗ୍ଲୋବାଲ ହେବ । ୨ ଲକ୍ଷ ମହୁଚାଷୀ ଫାଇଦା ପାଇବେ । ଗ୍ରାମାଞ୍ଚଳର ମହିଳାମାନେ ବି ଆତ୍ମନିର୍ଭରଶୀଳ ହେବେ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

ତେବେ କୃଷି କ୍ଲଷ୍ଟର ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା । ଲୋକାଲ ସାମଗ୍ରୀକୁ ଗ୍ଲୋବାଲ କରିବାକୁ ଏହି ଟଙ୍କା ଖର୍ଚ୍ଚ କରାଯିବ । ତେଲେଙ୍ଗାନାରେ ହଳଦୀ, ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କଶର, କର୍ଣ୍ଣାଟକରେ ରାଗିକୁ ନେଇ କ୍ଲଷ୍ଟର ହେବ । ତେବେ ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।