ପ୍ରତିରକ୍ଷା ମନ୍ତ୍ରୀଙ୍କ ଐତିହାସିକ ଘୋଷଣା । ମିଲିଟାରୀ ପୋଲିସରେ ଏଣିକି ଭର୍ତି ହେବେ ମହିଳା !

ଭାରତୀୟ ସେନାରେ ବର୍ତମାନ ସମୟରେ ମହଳମାନଙ୍କ ଗୁରୁତ୍ୱ ବଢିବାରେ ଲାଗିଛି

201

କନକ ବ୍ୟୁରୋ : ଭାରତୀୟ ସେନାରେ ବର୍ତମାନ ସମୟରେ ମହଳମାନଙ୍କ ଗୁରୁତ୍ୱ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମିଲିଟାରୀ ପୋଲିସରେ ମହିଳାମାନେ ସାମିଲ ହେବେ ବୋଲି କହିଛନ୍ତି । ପାଖାପାଖି ୨୦ ପ୍ରତିଶତ ମହିଳା ପୋଲିସ ମିଲିଟାରୀ ପୋଲିସରେ ରହିବେ । ରକ୍ଷାମନ୍ତ୍ରୀଙ୍କ ଅଫିସରୁ ଟ୍ୱିଇଟ କରି ସୂଚନା ଦିଆଯାଇଛି ଯେ, ସାରା ଦେଶରେ ବର୍ତମାନ ସମୟରେ ମହିଳାମାନଙ୍କ ଗୁରୁତ୍ୱ ବଢିଛି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଯିବ ପାଇଁ ସରକାର ଚେଷ୍ଟା କରୁଛନ୍ତି । ତେଣୁ ପ୍ରତିରକ୍ଷାମନ୍ତ୍ରୀ ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

 

ମହିଳାମାନେ ଜରୁରୀ ସମୟରେ ସେନାର ଯବାନମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ । ଏହାସହ ଦୁଷ୍କର୍ମ ଆଦି ମାମଲା ଆସିଲେ ମହିଳାମାନେ ମଧ୍ୟ ତାହାର ଯାଞ୍ଚ କରିପାରିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ସେନା ମୁଖ୍ୟ ବିପନ ରାୱତ ମଧ୍ୟ ସେନାରେ ଅଧିକରୁ ଅଧିକ ମହଳା ଯୋଗ ଦେବ ନେଇ ଅଭିଯାନ ଦାରି ରହିଥିବା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ବର୍ତମାନ ସମୟରେ ସେନାରେ ମହିଳାମାନେ ରହିଛନ୍ତି । ହେଲେ ଆମେ ଧିରେ ଧରେ ସେମାନଙ୍କୁ ଅନ୍ୟ କାଡରକୁ ନେବୁ । କହିବାକୁ ଗଲେ ଭାରତୀୟ ସେନାରେ ଆମେ ମହିଳାଙ୍କ ସଂଖ୍ୟା ବଢାଇବୁ ବୋଲି ରାୱତ କହିଛନ୍ତି । ତେଣୁ ମିଲିଟାରୀ ପୋଲିସରେ ମହିଳାମାନେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହାସହ ସେନାରେ ମହିଳାମାନଙ୍କ ବହୁ ସଂଖ୍ୟାରେ ଯୋଗ ଦେଉଛନ୍ତି । ମିଲିଟାରୀ ପୋଲିସରେ ପାଖାପାଖି ୮୦୦ ଶହ ମହିଳାଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ତେଣୁ ପ୍ରତ୍ୟେକ ବର୍ଷ ୫୨ ଜଣ ମହିଳାଙ୍କୁ ସାମିଲ କରାଯିବ । ବର୍ତମାନ ସମୟରେ ମହିଳାମାନେ ଚିକିତ୍ସା, ଆଇନ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଯୋଗ ଦେବେ ବୋଲି ସୂଚନା ମିଳିଛି ।