ନିର୍ଭୟା ଘଟଣାର ପୁନରାବୃତ୍ତି ! ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡି ପୂରାଇ ଦେଲେ ଦୁର୍ବୃତ୍ତ

ସାରା ଦେଶରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି

827

କନକ ବ୍ୟୁରୋ : ସାରା ଦେଶରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି ଯେ, ପ୍ରତ୍ୟେକ ଦିନ ଦେଶର କେଉଁଠାରେ ନା କେଉଁଠାରେ ଦୁଷ୍କର୍ମ ହେବାର ଖବର ଆସୁଛି । ତେବେ ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ଜମତାରା ଜିଲ୍ଲାରେ ନିଜ ଆଗ ସ୍ୱାମୀଙ୍କ ସମେତ ତିନି ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ସରବ୍ୟ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ ଗୁରୁବାର ଦିନ କହିଛି। ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିଲେ ବୋଲି କୁହାଯାଉଛି।
ସବ-ଡିଭିଜିନାଲ ପୁଲିସ ଅଫିସର୍ ବି ଏନ୍ ସିଂହ କହନ୍ତି, ମୃତା ମହିଳାଙ୍କ ଆଗ ସ୍ୱାମୀଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି।

 

ପୁଲିସ କହିବା ଅନୁସାରେ, ବୁଧବାର ରାତି କାଳୀପୂଜା ଅବସରରେ ମହିଳା ଜଣକ ନାଟକ ଦେଖିବାକୁ ଥିଏଟରକୁ ଯାଇଥିଲେ। ତାଙ୍କର ଆଗ ସ୍ୱାମୀ ଏବଂ ଅନ୍ୟ ଦୁଇଜଣ ତାଙ୍କୁ ଜବରଦସ୍ତି ନାରାୟଣପୁର ଥାନାଞ୍ଚଳ ଅନ୍ତର୍ଗତ ଏକ ଗାଁ ନିକଟରେ ଥିବା ବିଲକୁ ଟେକି ନେଇଥିଲେ। ଦୁଷ୍କର୍ମ ପରେ ସେମାନେ ସେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରି ଦେଇଥିଲେ ବୋଲି ପୁଲିସ କହିଛି। ତହିଁ ଆର ଦିନ ସକାଳେ ସାହାଯ୍ୟ ନିମନ୍ତେ ଉକ୍ତ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ନାରାୟଣପୁର ସହରର ଏକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ଜମତାରା ସଦର ହସ୍ପିଟାଲ୍କୁ ରେଫର୍ କରାଯାଇଥିଲା ଓ ସେଠାକାର ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି ଯେ ସେମାନେ ତାଙ୍କୁ ବିଲରୁ ଉଦ୍ଧାର କରିବା ବେଳେ ସେ ତାଙ୍କର ଆଗ ସ୍ୱାମୀ ଏବଂ ଅନ୍ୟ ଦୁଇ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା କହୁଥିଲେ।

ମତାମତ

Your email address will not be published.