ନିର୍ଭୟା କାଣ୍ଡରେ ସମ୍ପୃକ୍ତ ନାବାଳକ ଅଛି କେଉଁଠି ? ମଜା କରୁଛି ନା ମୃତ୍ୟୁ ଠାରୁ ଜୀବନ ବଞ୍ଚାଇବା ପାଇଁ କରୁଛି ପ୍ରାର୍ଥନା । 

78

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ୪ ଦୋଷୀମାନଙ୍କ ମଧ୍ୟରୁ ୩ ଜଣଙ୍କ ରାୟ ଶୁଣାଇବାକୁ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଜଣାପଡିବ ଯେ ଦୋଷୀମାନଙ୍କୁ ଫାସୀଦଣ୍ଡ ବଳବତ୍ତର ରହିବ ଅବା ଏହି ଦଣ୍ଡରୁ ସେମାନଙ୍କୁ ମୁକ୍ତି ମିଳିବ । ତେବେ ସୁତ୍ରରୁ ଯାହା ଜଣାପଡିଛି ନିର୍ଭୟା କାଣ୍ଡର ୪ ଦୋଷୀ ତିହାଡ୍ ଜେଲରେ ଦଣ୍ଡ ଭୋଗୁଛନ୍ତି । ଏମାନଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ(୩୧) ସୁପ୍ରିମକୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିନଥିବା ଜଣାପଡିଥିବା ବେଳେ ଜେଲରେ ରାମ ସିଂହ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି କେସରେ ସମ୍ପୃକ୍ତ ଥିବା ଅନ୍ୟ ଏକ ନାବାଳକ ଆରୋପୀ ଏବେ ଦିଲ୍ଲୀ ଠାରୁ ବହୁ ଦୂର ଦକ୍ଷିଣ ଭାରତରେ ଏକ ରେଷ୍ଟୁରାଣ୍ଟରେ ରହି ଗୁଜୁରାଣ ମେଣ୍ଟାଉଛି ।

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନାବାଳକ ଏବେ ୨୩ ବର୍ଷର ହୋଇଗଲାଣି । ଜେଲରେ ୩ ବର୍ଷର ସଜା କାଟିବା ପରେ ୨୦ ଡିସେମ୍ବର ୨୦୧୫ରେ ନାବାଳକକୁ ମୁକ୍ତି କରାଯାଇଥିଲା । ରିପୋର୍ଟ ମୁତାବକ, ‘ଆଫ୍ଟର କେୟାର୍’ ନାମକ ଏକ ପ୍ରୋଗ୍ରାମ୍ ଜରିଆରେ ନାବାଳକକୁ ଗୋଟିଏ ନୂଆ ନାଁ ଏବଂ ପରିଚୟ ଦେଇ ସମାଜରେ ନୂତନ ଜୀବନ ନେଇ ବଞ୍ôଚବାକୁ ସୁଯୋଗ ଦିଆଗଲା । ଏହି ପ୍ରୋଗ୍ରାମର ଜଣେ ଅଧିକାରୀ କହିିଥିଲେ ଯେ କୋର୍ଟରୁ ମୁକ୍ତି ପାଇବା ପରେ ଅଭିଯୁକ୍ତ ନାବାଳକକୁ ଜୀବନରେ ମାରିଦେବା ପାଇଁ ଲୋକ ତାକୁ ଖୋଜି ବୁଲୁଥିଲେ । ଜୀବନର ଭୟ ଲାଗିରହିଥିବା ଏହି ଅଭିଯୁକ୍ତକୁ କଡା ସୁରକ୍ଷା ବଳୟରେ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଏକ ଏନଜିଓ ଉକ୍ତ ଅଭିଯୁକ୍ତକୁ ଏକ ନୂତନ ଜୀବନ ଆରମ୍ଭ କରିବାରେ ସହାୟତା କରିଥିଲା । ଏହି ନାବାଳକକୁ ଦକ୍ଷିଣ ଭାରତ ପଠାଯାଇଥିଲା ଯେଉଁଠି ସେ ଏକ ରେଷ୍ଟୁରାଣ୍ଟରେ ରୋଷେଇୟା ଭାବେ କାମ କରୁଥିଲା । ତେବେ ସମ୍ପୁର୍ଣ୍ଣ ରୂପେ ନିଜ ପରିଚୟ ବଦଳାଇଥିବା ନାବାଳକର ଅତୀତ ବିଷୟରେ ଉକ୍ତ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ଅଜ୍ଞ ଅଛି ।

ତେବେ ମୂଳ ରୁପରେ ଉତ୍ତରପ୍ରଦେଶରୁ ରୋଜଗାର ପାଇଁ ଦିଲ୍ଲୀ ଆସିଥିବା ନାବାଳକ ରାମ ସିଂହର ଗାଡି ପୋଛିବା କାମ କରୁଥିଲା । ତେବେ ନିର୍ଭୟା ସହ ଅତି ନିର୍ଦ୍ଦୟ ଭାବେ ଦୁଷ୍କର୍ମ କରିବା ପଛରେ ଉକ୍ତ ଅଭିଯୁକ୍ତର ବହୁତ ବଡ ହାତ ଥିଲା । ଯାହାକୁ ଲୋକ ଏବେବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏଭଳି ଜଣେ ଦୋଷୀକୁ କିଭଳି ଭାବେ ସହଜରେ ଜିଇଁବା ପାଇଁ ଛାଡିଦିଆଗଲା । ବର୍ତ୍ତମାନ ମଧ୍ୟ ଲୋକ ଅଭିଯୁକ୍ତ ନାବାଳକକୁ ଫାଶୀ ଦଣ୍ଡାଦେଶ ପାଇଁ ଦାବି କରୁଛନ୍ତି ।