ମୋଦୀଙ୍କୁ ସଜ୍ଜା ଭୟ ! ଦଣ୍ଡରୁ ବଞ୍ଚିବା ପାଇଁ କୋର୍ଟ ସାମ୍ନାରେ ଏଭଳି ସର୍ତ୍ତ ରଖିଲେ ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ

311

ପଂଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ମନି ଲଣ୍ଡ୍ରିଂ ମାମଲାରେ ପଳାତକ ଘୋଷିତ ହୋଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଦଣ୍ଡରୁ ବଂଚିବା ପାଇଁ ଏବେ କୋର୍ଟ ନିକଟରେ ରଖିଛନ୍ତି ନୂଆ ସର୍ତ୍ତ । ନିରବ ମୋଦୀଙ୍କ ତରଫରୁ ମାମଲା ଲଢୁଥିବା ତାଙ୍କର ଓକିଲ କୋର୍ଟକୁ କହିଛନ୍ତି କି, ସେ ଏହି ମାମଲାର ଶୁଣାଣୀ କରିପାରିବେ ନାହିଁ । ସେ ଯୁକ୍ତି ବାଢିଛନ୍ତି କି, ନିରବ ମୋଦୀଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗର ଶୁଣାଣୀ Money laundering act ଏବଂ Corruption prevention act ଆଧାରରେ ନାମିତ ଅଦାଲତଙ୍କ ଦ୍ୱାରା ହିଁ ଶୁଣାଣୀ କରିପାରିବେ । ଏଠାରେ ମୁମ୍ବାଇର City Civil and Sessions Courtରେ ଆଜି ଏହି ମାମଲାର ଶୁଣାଣୀ ହେବାକୁ ଥିଲା ।

nirav modi

ମାମଲାର ଶୁଣାଣୀ କରିବାକୁ ଯାଇ କୋର୍ଟ ତରଫରୁ ନିରବ ମୋଦୀଙ୍କ ଓକିଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ନୋଟିସ୍ ଜାରି କରାଯାଇଛି ଏବଂ ବର୍ତ୍ତମାନ ଏହି ଆବେଦନର ଜବାବ ଏବଂ ଶୁଣାଣୀ ପାଇଁ ମାମଲାକୁ ୨୫ ଜୁନ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ସରକାରୀ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଠକି ଲଣ୍ଡନ ପଳାଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଉପରେ ଲଣ୍ଡନରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଲଣ୍ଡନର ୱେଷ୍ଟମିଷ୍ଟର କୋର୍ଟ ନିରବ ମୋଦୀଙ୍କର ଜାମିନ ଆବେଦନକୁ ଚତୁର୍ଥ ଥର ପାଇଁ ଖାରଜ କରିଦେଇଛି । ଏଭଳି ପରିସ୍ଥିତିରେ ତାଙ୍କୁ ବର୍ତ୍ତମାନ ଲଣ୍ଡନ ଜେଲରେ ଆଉ କିଛି ଦିନ ସଜ୍ଜା କାଟିବାକୁ ପଡିବ ।

nirav_modi

ଉଲ୍ଲେଖ ଥାଉ କି, ବିଭିନ୍ନ ବ୍ୟାଙ୍କରୁ ନିରବ ମୋଦୀ ୧୩ ହଜାର କୋଟି ଟଙ୍କାର ଚୂନା ଲଗାଇ ଫେରାର ହୋଇଯାଇଥିଲେ । ନିରବ ମୋଦୀଙ୍କର ଏଭଳି ଘୃଣ୍ୟ ଚକ୍ରାନ୍ତ କାରଣରୁ ପିଏନବି ବ୍ୟାଙ୍କର ଆର୍ଥିକ ସ୍ଥିତି ବର୍ତ୍ତମାନ ଜଟିଳ ହୋଇପଡିଛି । ମାମଲାର ଖୁଲାସା ହେବା ପରେ ପରେ ହିଁ ନିରବ ମୋଦି ଦେଶ ଛାଡି ଫେରାର ହୋଇଯାଇଥିଲେ । ନିରବଙ୍କୁ ଭାରତ ସରକାର ସ୍ୱଦେଶ ଆଣିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ନିରବ ମୋଦୀଙ୍କୁ ଗିରଫ କରାଯାଇ ଲଣ୍ଡନର ଏକ ଜେଲରେ ରଖାଯାଇଛି ।