ଚିଠି ଲେଖି ଟଙ୍କା ଫେରାଇବାକୁ ମନା କଲେ ନିରଭ ମୋଦି ! ସୁପ୍ରିମକୋର୍ଟରେ ପହଁଚିଲା ପିଏନବି ମହାଘୋଟାଲା ମାମଲା

20

କନକ ବ୍ୟୁରୋ : ପିଏନବି ମହାଘୋଟଲାରେ ନିରବ ମୋଦି ଚିଠି ଲେଖି ଟଙ୍କା ଫେରାଇବାକୁ ମନା କରିଦେଇଛନ୍ତି । ସେ ଲେଖିଛନ୍ତି ଯେ ଗଣମାଧ୍ୟମ ଏହି ଠକେଇକୁ ଯେତେ ବଡ଼ ବୋଲି ଦର୍ଶାଉଛି ବାସ୍ତବରେ ତାହା ସେତେ ବଡ଼ ନୁହେଁ । ବ୍ୟାଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଗଲା ତାହା ଆମ କମ୍ପାନୀ ଏବଂ ବ୍ରାଣ୍ଡର ଭାବମୂର୍ତି ନଷ୍ଟ କରିଦେଇଛି । ଋଣ ଟଙ୍କା ଫେରାଇବା ପାଇଁ ପାଣ୍ଠି ଯୋଗାଡ଼ କରିବାର ଆମର ସବୁ କ୍ଷମତାକୁ ଏହା କମାଇଦେଇଛି ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ନୀରବ ମୋଦି ବ୍ୟାଙ୍କକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଭୁଲ ଭାବେ ଦର୍ଶାଯାଇଥିବା ବକେୟା ଟଙ୍କା ନେଇ ମିଡିଆରେ ହୋ-ହଲ୍ଲା ହେଲା ଓ ଏହାର ପରିଣାମ ସ୍ୱରୂପ ତଦନ୍ତ ହେଲା । ଏହାଦ୍ୱାରା ସବୁ କାମ ଠପ୍ ହୋଇଗଲା । ଏହାଦ୍ୱାରା ଆମ ବ୍ୟବସାୟ ଓ ବକେୟା ଟଙ୍କା ସୁଝିବା କ୍ଷମତା ଉପରେ ପ୍ରଭାବ ପଡିଛି । ଫେବୃଆରୀ ୧୩ ଋଣ ସୁଝିବା ଲାଗି ମୁଁ କହିବା ସତ୍ୱେ ଆପଣଙ୍କ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ମୋ ବ୍ରାଣ୍ଡ ଓ କାରବାରକୁ ପ୍ରଭାବିତ କରିଛି । ଆପଣଙ୍କ ଋଣ ଆଦାୟ କରିବା କ୍ଷମତା ବି ସୀମିତ ହୋଇଯାଇଛି । ୧୩ ତାରିଖରେ ନୀରବ ମୋଦି ଋଣ ସୁଝିବା କଥା କହିଥିଲେ । କିନ୍ତୁ ମହାଘୋଟାଲା ନେଇ ୧୪ ତାରିଖରେ ପିଏନବି ସାର୍ବଜନୀନ କରିଦେଇଥିଲେ ।