ଚିଟଫଣ୍ଡ ମାମଲାରେ ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସ୍ ନେଇ ସନ୍ଦେହ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । କେନ୍ଦ୍ର ଓ ଶାସକ ଦଳ ମଧ୍ୟରେ ରହିଛି ଭିତିରି ବୁଝାମଣା

ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସକୁ ନେଇ ସନ୍ଦେହ କଲେ ପିସିସି ସଭାପତି

143

କନକ ବ୍ୟୁରୋ : ଚିଟଫଣ୍ଡ ଲିଙ୍କରେ ବିଜୁ ଜନତା ଦଳର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରେ ବଢିଲା ସନ୍ଦେହ । ଆଗରୁ କାହିଁକି ନିରବ୍ ଥିଲା ସିବିଆଇ ? ନିର୍ବାଚନ ପାଖେଇ ଆସୁଥିବା ବେଳେ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ । ବହୁ ଆଗରୁ ଏମିତି କରିବାର ଥିଲା । ଏହାସହ ଚିଟଫଣ୍ଡରେ ଓଡିଶାର ବହୁ କ୍ଷତି ହୋଇଛି । ଏଥିରେ ଶାସକଦଳର ପୃଷ୍ଠପୋଷକତା ରହିଛି ।

ଏହି ମାମଲାରେ କେନ୍ଦ୍ର ଓ ଶାସକ ଦଳର ଭିତିରି ବୁଝାମଣା ହୋଇଥିବା ନିରଂଜନ କହିଛନ୍ତି । ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ବିଜେଡିର ଏହି ଦୁଇ ବିଧାୟକଙ୍କୁ ନୋଟିସ କରାଯାଇଛି । ଜଣେ ବିଧାୟକଙ୍କୁ ୨୮ ତାରିଖରେ ହାଜର ହେବା ପାଇଁ କୁହାଯାଇଥିବା ବେଳେ ଅନ୍ୟ ଜଣେ ବିଧାୟକଙ୍କୁ ୩୦ ତାରିଖରେ ହାଜର ହେବାକୁ ନୋଟିସରେ କୁହାଯାଇଥିଲା । ତେବେ ସୋମବାର ଜଣେ ବିଧାୟକ ହାଜର ହୋଇନଥିବା ବେଳେ ଆଜି ଆଉ ଜଣେ ବିଧାୟକ ହାଜର ହେବାକୁ ନୋଟିସରେ ଉଲ୍ଲେଖ ଅଛି । ଯଦି ଆଜି ମଧ୍ୟ ଶାସକ ଦଳର ଜଣେ ବିଧାୟକ ହାଜର ନହୁଅନ୍ତି ତେବେ ପୁଣି ଥରେ ସେମାନଙ୍କୁ ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି ।