ବିଲଡରଙ୍କ ରଙ୍ଗୀନ ଲୀଳା

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ଷତିରେ ଚାଲିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି । ହେଲେ ପ୍ରତିବର୍ଷ ଫିଲ୍ମ ରିଲିଜ୍ ସଂଖ୍ୟା ବଢି ବଢି ଚାଲିଛି । ତେବେ କାହା ଟଙ୍କାରେ ଚାଲିଛି ନିର୍ମାଣ । ଦୁଇଦିନ ତଳେ ଫିଲ୍ମ ପ୍ରଯୋଜକ ନିରଂଜନ ରଣା ଗିରଫ ହେବା ପରେ ଏ ପ୍ରଶ୍ନର ଉତର ମିଳିଯାଇଛି । କୁହାଯାଉଛି ଗରିବଙ୍କ ଘରେ କଳାକନା ବୁଲାଇ ପ୍ରଯୋଜକ ସାଜୁଛନ୍ତି ଅସାଧୁ ମଣିଷ । ଆଉ ସେହି ଟଙ୍କାରେ ଫିଲ୍ମ ନିର୍ମାଣ କରିବା ସହ ଅୟେଶ ଆରାମ୍ କରୁଛନ୍ତି । କୁହାଯାଉଛି , ନିରଜଂନଙ୍କ ଦଲାଲି ନେଟୱର୍କରେ ଅଛନ୍ତି ବଡ ବଡ ହସ୍ତି । ଯେଉଁମାନଙ୍କର ଓଲିଉଡର ଗ୍ଲାମର ଜୋନରେ ରହିଛି ଖୁବ୍ ଦବଦବା ।

ବଡ ବଜେଟ , ବଡ ଷ୍ଟାରକାଷ୍ଟ । ରିୟଲ ଇଷ୍ଟେଟର କଳାଧନକୁ ନେଇ ନିରଂଜନ ନିର୍ମାଣ କରୁଥିଲା ଫିଲ୍ମ । ନାୟକ, ନାୟିକାଙ୍କୁ ଦେଉଥିଲା ମନ ମêତାବକ୍ ପାଉଣା । ତେବେ ପ୍ରଶ୍ନ ଉଠୁଛି ଏକଥା କଣ ଜଣା ନଥିଲା ଫିଲ୍ମ ଇଣ୍ଡଷ୍ଟ୍ରିର ସହ ସଂପୃକ୍ତ ଥିବା କଳାକାରଙ୍କୁ ।

ପୂର୍ବରୁ ଚିଟଫଣ୍ଡ ଟଙ୍କାରେ ଫିଲ୍ମ ନିର୍ମାଣ ନେଇ ଅଭିଯୋଗ ଆସିଥିଲା । ଏବେ ଓଡିଆ ଫିଲ୍ମରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ କଳାଟଙ୍କା ଲାଗୁଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଓଲିଉଡର ଭାଗ୍ୟ ସଂକଟ ଭିତରକୁ ଠେଲି ହୋଇ ଯାଉଛି ।